Latest Odisha News

BREAKING NEWS

ଦୁନିଆର ସବୁଠୁ ବୟସ୍କ କଇଁଛ,ବୟସ ହେଲାଣି ୧୯୧ ବର୍ଷ

ନୂଆଦିଲ୍ଲୀ: ଦୁନିଆରେ ଭିନ୍ନ ଭିନ୍ନ ପ୍ରଜାତିର କଇଁଛ ଅଛନ୍ତି । ସେଥିମଧ୍ୟରୁ କିଛି କଇଁଛ ୧୦ରୁ ୨୦ ବର୍ଷ ପର୍ଯ୍ୟନ୍ତ ବଞ୍ଚୁଥିବାବେଳେ ଆଉ କିଛି ପ୍ରଜାତିର କଇଁଛ ୧୫୦ ବର୍ଷ ପର୍ଯ୍ୟନ୍ତ ବଞ୍ଚିଥାନ୍ତିି । ଜୋନାଥନ ନାମକ ଏକ କଇଁଛ ବିଶ୍ୱର ସବୁଠୁ ବୟସ୍କ କଇଁଛ ଭାବେ ଜଣାଶୁଣା । ଏହି କଇଁଛ ଆଟ୍‌ଲାଣ୍ଟିକ୍ ମହାସାଗରର ସେଣ୍ଟ ହେଲେନା ଦ୍ୱୀପରେ ରହିଥାଏ । ଏହାକୁ ପ୍ରଥମ ଥର ପାଇଁ ୧୮୮୨ରେ ସେଚେଲ୍‌ସରୁ ହେଲେନାକୁ ଅଣାଯାଇଥିଲା, ସେତେବେଳେ ଜୋନାଥନକୁ ୫୦ ବର୍ଷ ହୋଇଥିଲା ।

ଗିନିଜ୍ ୱାର୍ଲଡ ରେକର୍ଡ ମୁତାବକ, ଜୋନାଥନର ଜନ୍ମ ୧୮୩୨ରେ ହୋଇଥିଲା । ଗିନିଜ୍ ୱାର୍ଲଡ ରେକର୍ଡ ଏବେ ତା’ର ଏକ ଭିଡିଓ ସୋସିଆଲ ମିଡିଆରେ ସେୟାର କରିଛି । ଏବେ ଜୋନାଥନକୁ ୧୯୧ ବର୍ଷ ହୋଇଥିବା କ୍ୟାପସନରେ ଲେଖାଯାଇଛି । ଲମ୍ବା ସମୟ ଧରି ଜୋନାଥନର ଚିକିତ୍ସା କରୁଥିବା ପ୍ରାଣୀ ଚିକିତ୍ସକ ଜୋ. ହୋଲିନ୍‌ଙ୍କ କହିବା ମୁତାବକ, ଜୋନାଥନ ବର୍ତ୍ତମାନ ସୁସ୍ଥ ଅଛି । ତା’ର ଗତି କମ୍ ହେବା ଭଳି ସ୍ଥିତି ଏପର୍ଯ୍ୟନ୍ତ ଉତ୍ପନ୍ନ ହୋଇନି । ଏବେ ତା’ ପାଖରେ ଆଘ୍ରାଣ ଶକ୍ତି ଆଉ ନାହିଁ । ମୋତିଆବିନ୍ଦୁ କାରଣରୁ ସେ ଆଉ ଦେଖିପାରୁନି । ବିଶ୍ୱର ସବୁଠୁ ଅଧିକ ବୟସ୍କ ପ୍ରାଣୀ ଭାବେ ଜୋନାଥନର ନାମ ୨୦୨୨ରେ ଗିନିଜ ବୁକ୍ ଅଫ୍ ୱାର୍ଲଡ ରେକର୍ଡରେ ସାମିଲ ହୋଇଛି । ଏହା ପୂର୍ବରୁ ତୁ’ଇ ମାଲିଲା ନାମକ କଇଁଛ ପାଖରେ ଏହି ରେକର୍ଡ ଥିଲା । ୧୯୬୫ରେ ୧୮୮ ବର୍ଷ ବୟସରେ ତୁ’ଇ ମାଲିଲାର ମୃତ୍ୟୁ ହୋଇଥିଲା ।

Leave A Reply

Your email address will not be published.