ଭୁବନେଶ୍ୱର: ମେରାମଣ୍ଡଳୀ ରେଳ ଷ୍ଟେସନରେ ନିରାପତ୍ତା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟ ଜାରି ରହିଛି । ବୁଢାପଙ୍କ-ଶାଳଗାଁ ୩ୟ ଏବଂ ୪ର୍ଥ ରେଳ ଲାଇନ ପ୍ରକଳ୍ପ ଅନ୍ତର୍ଗତ ଢେଙ୍କାନାଳ-ଅନୁଗୁଳ ରେଳ ସେକ୍ସନରେ ହିନ୍ଦୋଳ ରୋଡ଼ ଏବଂ ମେରାମଣ୍ଡଳୀ ରେଳ ଷ୍ଟେସନ ମଧ୍ୟରେ ୨୭.୨୮ କିଲୋମିଟର ଦୈର୍ଘ୍ୟ ରେଳ ଲାଇନ କାର୍ଯ୍ୟ ସମ୍ପାଦନ ପାଇଁ ମେରାମଣ୍ଡଳୀ ରେଳ ଷ୍ଟେସନରେ ଗୁରୁତ୍ୱପୂର୍ଣ୍ଣ ଟ୍ରାକ୍ ଲିଙ୍କିଂ ଏବଂ ନନ-ଇଣ୍ଟରଲକିଙ୍ଗ ଜନିତ ନିରାପତ୍ତା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟ ଚାଲୁରହିଛି ।
ଏହି ପ୍ରକ୍ରିୟାର ଏକ ଅଂଶ ଭାବରେ, ନିର୍ମାଣ କାର୍ଯ୍ୟଗୁଡିକର ଦକ୍ଷତାକୁ ସୁନିଶ୍ଚିତ କରିବା ପାଇଁ ଟ୍ରେନ୍ ସେବାକୁ ସାମୟିକ ଭାବରେ ପରିବର୍ତ୍ତନ କରିବାକୁ ନିଷ୍ପତ୍ତି ନିଆଯାଇଛି । ଅନେକ ଟ୍ରେନ୍ ଏପ୍ରିଲ୍ ୨୦୨୫ ର ୧୩ ରୁ ୨୪ ତାରିଖ ମଧ୍ୟରେ ନିର୍ଦ୍ଧାରିତ ଦିନମାନଙ୍କରେ ବାତିଲ୍ ଏବଂ ମାର୍ଗ ପରିବର୍ତ୍ତନ କରିବ । ଟ୍ରେନ ଯାତ୍ରୀ ମାନଙ୍କର ଅସୁବିଧାକୁ ହ୍ରାସ କରିବାର ମୂଳ ଲକ୍ଷ୍ୟ ସହିତ ଏହି ପରିବର୍ତ୍ତନ କରାଯାଇଛି ।
ଟ୍ରେନ୍ ସେବା ବାତିଲ୍
ନିର୍ଦ୍ଦିଷ୍ଟ ତାରିଖଗୁଡ଼ିକରେ ନିମ୍ନଲିଖିତ ଟ୍ରେନଗୁଡିକ ବାତିଲ ହେବ:
୦୨୮୩୨/୦୨୮୩୧ ଭୁବନେଶ୍ୱର-ଧାନବାଦ୍-ଭୁବନେଶ୍ୱର ସ୍ପେଶାଲ୍
ଭୁବନେଶ୍ୱରରୁ ବାତିଲ: ୧୩ ଏପ୍ରିଲରୁ ୨୩ ଏପ୍ରିଲ
ଧାନବାଦ୍ ରୁ ବାତିଲ: ୧୪ ଏପ୍ରିଲରୁ ୨୪ ଏପ୍ରିଲ
୧୮୪୨୨/୧୮୪୨୧ ସୋନପୁର-ପୁରୀ-ସୋନପୁର ଏକ୍ସପ୍ରେସ
ସୋନପୁରରୁ ବାତିଲ: ୧୮ ଏପ୍ରିଲ
ପୁରୀରୁ ବାତିଲ: ୧୭ ଏପ୍ରିଲ
୨୦୮୧୩/୨୦୮୧୪ ପୁରୀ-ଯୋଧପୁର-ପୁରୀ ଏକ୍ସପ୍ରେସ
ପୁରୀରୁ ବାତିଲ: ୧୬ ଏପ୍ରିଲ
ଯୋଧପୁରରୁ ବାତିଲ: ୧୯ ଏପ୍ରିଲ
୧୮୧୨୫/୧୮୧୨୬ ରାଉରକେଲା-ପୁରୀ-ରାଉରକେଲା ଏକ୍ସପ୍ରେସ
ରାଉରକେଲା ରୁ ବାତିଲ: ୧୩ ଏପ୍ରିଲରୁ ୨୩ ଏପ୍ରିଲ
ପୁରୀରୁ ବାତିଲ: ୧୪ ଏପ୍ରିଲରୁ ୨୪ ଏପ୍ରିଲ
୧୨୧୪୫/୧୨୧୪୬ ଏଲଟିଟି-ପୁରୀ-ଏଲଟିଟି ଏକ୍ସପ୍ରେସ
ଏଲଟିଟି ରୁ ବାତିଲ୍: ୧୩ ଏପ୍ରିଲ୍
ପୁରୀରୁ ବାତିଲ: ୧୫ ଏପ୍ରିଲ
୧୨୯୯୩/୧୨୯୯୪ ଗାନ୍ଧୀଧାମ-ପୁରୀ-ଗାନ୍ଧୀଧାମ ଏକ୍ସପ୍ରେସ୍
ଗାନ୍ଧୀଧାମରୁ ବାତିଲ: ୧୮ ଏପ୍ରିଲ
ପୁରୀରୁ ବାତିଲ୍: ୨୧ ଏପ୍ରିଲ୍
୨୨୮୦୫/୨୨୮୦୬ ଭୁବନେଶ୍ୱର-ଆନନ୍ଦ ବିହାର-ଭୁବନେଶ୍ୱର ସୁପର ଫାଷ୍ଟ ଏକ୍ସପ୍ରେସ
ଭୁବନେଶ୍ୱରରୁ ବାତିଲ: ୧୨ ଓ ୧୯ ଏପ୍ରିଲ
ଆନନ୍ଦ ବିହାରରୁ ବାତିଲ: ୧୪ ଓ ୨୧ ଏପ୍ରିଲ
୨୦୯୧୭/୨୦୯୧୮ ଇନ୍ଦୋର-ପୁରୀ-ଇନ୍ଦୋର ଏକ୍ସପ୍ରେସ
ଇନ୍ଦୋରରୁ ବାତିଲ୍: ୧୫ ଏବଂ ୨୨ ଏପ୍ରିଲ୍
ପୁରୀରୁ ବାତିଲ୍: ୧୭ ଏବଂ ୨୪ ଏପ୍ରିଲ୍
୧୮୧୧୭/୧୮୧୧୮ ରାଉରକେଲା-ଗୁଣୁପୁର-ରାଉରକେଲା ରାଜ୍ୟରଣୀ ଏକ୍ସପ୍ରେସ
ରାଉରକେଲା ରୁ ବାତିଲ୍: ୧୪ ଏପ୍ରିଲ୍ ରୁ ୨୨ ଏପ୍ରିଲ୍
ଗୁଣୁପୁରରୁ ବାତିଲ: ୧୫ ଏପ୍ରିଲରୁ ୨୩ ଏପ୍ରିଲ
୨୦୮୩୨/୨୦୮୩୧ ସମ୍ବଲପୁର-ଶାଲିମାର-ସମ୍ବଲପୁର ଏକ୍ସପ୍ରେସ
ସମ୍ବଲପୁରରୁ ବାତିଲ: ୧୫, ୧୭, ୨୦ ଏବଂ ୨୨ ଏପ୍ରିଲ
ଶାଲିମାରରୁ ବାତିଲ୍: ୧୬, ୧୮, ୨୧ ଏବଂ ୨୩ ଏପ୍ରିଲ
୨୦୮୦୪/୨୦୮୦୩ ସମ୍ବଲପୁର-ଶାଲିମାର-ସମ୍ବଲପୁର ସାପ୍ତାହିକ ଏକ୍ସପ୍ରେସ
ସମ୍ବଲପୁରରୁ ବାତିଲ: ୧୮ ଏପ୍ରିଲ
ଶାଲିମାରରୁ ବାତିଲ: ୧୯ ଏପ୍ରିଲ
ଟ୍ରେନ୍ ସେବାଗୁଡିକର ମାର୍ଗ ପରିବର୍ତ୍ତନ
ନିମ୍ନଲିଖିତ ଟ୍ରେନ୍ ଗୁଡିକ ମାର୍ଗ ପରିବର୍ତ୍ତନ କରି ଚଳାଚଳ କରିବ :
୧୭ ଏବଂ ୨୧ ଏପ୍ରିଲ ୨୦୨୫ ରେ ଭୁବନେଶ୍ୱରରୁ ୧୨୮୮୦ ଭୁବନେଶ୍ୱର-ଏଲଟିଟି ଏକ୍ସପ୍ରେସ; ୨୨ ଏପ୍ରିଲ, ୨୦୨୫ ରେ ପୁରୀରୁ ୨୨୮୬୬ ପୁରୀ-ଏଲଟିଟି ଏକ୍ସପ୍ରେସ ଏବଂ ୨୦୪୭୨ ପୁରୀ-ଲାଲଗଡ଼ (ବିକାନେର) ଏକ୍ସପ୍ରେସ ପୁରୀରୁ ୧୬ ଏପ୍ରିଲ, ୧୨୮୭୯ ଏଲଟିଟି-ଭୁବନେଶ୍ୱର ଏକ୍ସପ୍ରେସ ଏଲଟିଟିରୁ ୧୭ ଏପ୍ରିଲ, ୨୦୪୭୧ ଲାଲଗଡ଼-ପୁରୀ ଏକ୍ସପ୍ରେସ ଲାଲଗଡ଼ରୁ ୨୨ ଏପ୍ରିଲ ଦିନ ମାର୍ଗ ପରିବର୍ତ୍ତନ କରି ଭାୟା ଝାରସୁଗୁଡା-ସମ୍ବଲପୁର-ଟିଟିଲାଗଡ଼-ବିଜୟନଗରମ-ଖୋର୍ଦ୍ଧା ରୋଡ଼ ମାର୍ଗ ଦେଇ ଚଳାଚଳ କରିବ ।
୨୦୮୦୭/୨୦୮୦୮ ବିଶାଖାପାଟନମ୍-ଅମୃତସର-ବିଶାଖାପାଟନମ୍ ହିରାକୁଦ୍ ଏକ୍ସପ୍ରେସ ଅମୃତସରରୁ ୧୬, ୧୯ ଓ ୨୦ ଏପ୍ରିଲ, ୨୦୨୫ ରେ ଏବଂ ବିଶାଖାପାଟନମରୁ ୧୮, ୧୯ ଓ ୨୨ ଏପ୍ରିଲ ୨୦୨୫ ରେ ମାର୍ଗ ପରିବର୍ତ୍ତନ କରି ଝାରସୁଗୁଡା-ସମ୍ବଲପୁର-ଟିଟିଲାଗଡ଼-ବିଜୟନଗରମ ମାର୍ଗ ଦେଇ ଚଳାଚଳ କରିବ ।
୨୦୮୨୩ ପୁରୀ-ଆଜମେର ଏକ୍ସପ୍ରେସ ପୁରୀରୁ ୧୭ ଏବଂ ୨୧ ଏପ୍ରିଲ ୨୦୨୫ ରେ ମାର୍ଗ ପରିବର୍ତ୍ତନ କରି ଭାୟା ଖୋର୍ଦ୍ଧା ରୋଡ-ବିଜୟନଗରମ-ଟିଟିଲାଗଡ-ଲାଖୋଲି ମାର୍ଗ ଦେଇ ପରିବର୍ତିତ ମାର୍ଗରେ ଚଳାଚଳ କରିବ ।
୨୦୮୨୪ ଆଜମେର-ପୁରୀ ଏକ୍ସପ୍ରେସ ଆଜମେରରୁ ୧୫ ଏବଂ ୧୭ ଏପ୍ରିଲରେ; ୨୨୮୨୮ ସୁରଟ-ପୁରୀ ଏକ୍ସପ୍ରେସ ସୁରଟରୁ ୧୫ ଏପ୍ରିଲରେ; ୨୦୮୬୧/୨୦୮୬୨ ପୁରୀ-ଅହମ୍ମଦାବାଦ-ପୁରୀ ଏକ୍ସପ୍ରେସ ୧୬ ଏପ୍ରିଲରେ ପୁରୀରୁ ଏବଂ ୧୮ ଏପ୍ରିଲ, ୨୦୨୫ ରେ ଅହମ୍ମଦାବାଦରୁ; ୨୨୮୨୭ ପୁରୀ-ସୁରଟ ଏକ୍ସପ୍ରେସ ପୁରୀରୁ ୨୦ ଏପ୍ରିଲ ୨୦୨୫ରେ ମାର୍ଗ ପରିବର୍ତ୍ତନ କରି ଭାୟା ଖୋର୍ଦ୍ଧା ରୋଡ-ବିଜୟନଗରମ-ଟିଟିଲାଗଡ ମାର୍ଗ ଦେଇ ପରିବର୍ତିତ ମାର୍ଗରେ ଚଳାଚଳ କରିବ ।
୨୨୯୦୯/୨୨୯୧୦ ଭାଲସାଡ-ପୁରୀ-ଭାଲସାଡ ଏକ୍ସପ୍ରେସ ୧୭ ଏପ୍ରିଲରେ ଭାଲସାଡରୁ ଏବଂ ପୁରୀରୁ ୨୦ ଏପ୍ରିଲ ୨୦୨୫ ରେ ମାର୍ଗ ପରିବର୍ତ୍ତନ କରି ଭାୟା ଇବ, ଝାରସୁଗୁଡା-ରାଉରକେଲା-ଜାରୋଲି-ଜଖପୁରା ମାର୍ଗ ଦେଇ ପରିବର୍ତିତ ମାର୍ଗରେ ଚଳାଚଳ କରିବ |
ପୂର୍ବତଟ ରେଳପଥ ଯାତ୍ରୀମାନଙ୍କୁ ରେଳ ୱେବସାଇଟ୍, ଷ୍ଟେସନ୍ କିମ୍ବା ହେଲ୍ପଲାଇନ ମାଧ୍ୟମରେ ସେମାନଙ୍କ ଟ୍ରେନ୍ ସେବା ବିଷୟରେ ଅବଗତ ରହିବାକୁ ଅନୁରୋଧ କରିଛି । ଯାତ୍ରୀମାନେ ସେମାନଙ୍କର ଯାତ୍ରା ସୁନିଶ୍ଚିତ କରିବାକୁ ଯାତ୍ରା ତାରିଖ ପୂର୍ବରୁ ଟ୍ରେନ୍ କାର୍ଯ୍ୟସୂଚୀ ଏବଂ ମାର୍ଗ ପରିବର୍ତ୍ତନ ରୁଟ୍ ଯାଞ୍ଚ କରିବାକୁ ମଧ୍ୟ ଅନୁରୋଧ କରିଛି ।
ଏହି ଆବଶ୍ୟକୀୟ ନିରାପତ୍ତା ଏବଂ ଆଧୁନିକୀକରଣ କାର୍ଯ୍ୟ ଯୋଗୁଁ ଘଟୁଥିବା ଅସୁବିଧାକୁ ଭାରତୀୟ ରେଳ ଦୁଖାପ୍ରକାଶ କରିବା ସହ ଯାତ୍ରୀ ମାନଙ୍କ ସହଯୋଗ କାମନା କରୁଛି ।
Comments are closed.