Latest Odisha News

BREAKING NEWS

କରୋନାଭାଇରସ ସଂକ୍ରମଣରୁ କିଭଳି ରହିବେ ସାବଧାନ, ଜାଣନ୍ତୁ

ନୂଆଦିଲ୍ଲା: ଧୀରେ ଧୀରେ କାୟା ବିସ୍ତାର କରି ମାରାତ୍ମକ ହେଉଥିବା ‘କରୋନା’ ଭାଇରସ ପ୍ରାୟ ୧୯୦ରୁ ଅଧିକ ଦେଶକୁ ବ୍ୟାପୁଛି ।

କରୋନା ଭାଇରସ ଦ୍ୱାରା ଆକ୍ରାନ୍ତ ହେଉଥିବା ବ୍ୟକ୍ତିଙ୍କ ଠାରେ ଥଣ୍ଡା, କାଶ ଓ ଜ୍ୱର ଆଦି ଲକ୍ଷଣ ଦେଖାଦେଇଥାଏ । ଏହାବ୍ୟତିତ କିଛି ଲୋକଙ୍କୁ ନିଶ୍ୱାସ ପ୍ରଶ୍ୱାସ ନେବାରେ ମଧ୍ୟ କଷ୍ଟ ଅନୁଭବ ହୋଇଥାଏ ।

କିପରି ରହିବେ ସାବଧାନ, ଜାଣନ୍ତୁ

କାଶ ବା ଛିଙ୍କ ସମୟରେ ନାକକୁ ରୁମାଲରେ ଘୋଡାଇ ରଖନ୍ତୁ ।

ଯଥାସମ୍ଭବ ମାସ୍କ ଓ ସାନିଟାଇଜରର ବ୍ୟବହାର କରନ୍ତୁ

ସର୍ଦ୍ଦି ତଥା କାଶ ହେଉଥିବା ବ୍ୟକ୍ତିଙ୍କ ଠାରୁ ଦୂରରେ ରୁହନ୍ତୁ

କୌଣସି ବସ୍ତୁକୁ ଛୁଇଁଲେ ଯଥାଶୀଘ୍ର ସାବୁନରେ ହାତକୁ ଭଲଭାବେ ଧୁଅନ୍ତୁ ।

ଅଣ୍ଡା କିମ୍ବା ଆମିଷ ଜାତୀୟ ଖାଦ୍ୟକୁ ଭଲଭାବେ ସିଝାଇ ଖାଆନ୍ତୁ ।

କୌଣସି ପଶୁ ପକ୍ଷୀଙ୍କ ସଂସ୍ପର୍ଶରେ ଆସିବା ବେଳେ ସତର୍କତା ବଜାୟ ରଖନ୍ତୁ

ସ୍ୱାସ୍ଥ୍ୟ ସମସ୍ୟା ଲାଗି ରହୁଥିଲେ ମାସ୍କ ବ୍ୟବହାର କରିବା ସହ ତୁରନ୍ତ ଡାକ୍ତରଙ୍କ ସହ ଯୋଗାଯୋଗ କରନ୍ତୁ ।

Comments are closed.