Latest Odisha News

BREAKING NEWS

ମାସ୍କ ପିନ୍ଧିବା ବେଳେ ଏହି ସବୁ ଜରୁରୀ ଦିଗ ପ୍ରତି ଧ୍ୟାନ ଦିଅନ୍ତୁ

ନୂଆଦିଲ୍ଲୀ: କରୋନାଭାଇରସ କବଳରେ ସାରା ବିଶ୍ୱ । କରୋନା ମହାମାରୀ ଦିନକୁ ଦିନ ଜଟିଳ ପରିସ୍ଥିତି ସୃଷ୍ଟି କରୁଛି । ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି । ସେଥିପାଇଁ ସମସ୍ତଙ୍କୁ ଆହୁରି ସାବଧାନତା ଅବଲମ୍ବନ କରିବାକୁ ପଡିବ । ମାସ୍କକୁୁ କେବଳ ପିନ୍ଧି ଦେଲେ ହେବନି, ଏହାର ସଠିକ ଢ଼ଙ୍ଗ ଜାଣିବା ଉଚିତ୍ । ଯଦ୍ୱାରା ସଂକ୍ରମଣକୁ ରୋକଯାଇପାରିବ । ମାସ୍କ ପିନ୍ଧିବା ସମୟରେ ଏହି ସବୁ ଦିଗ ଉପରେ ଧ୍ୟାନ ଦିଅନ୍ତୁ ।

– ମାସ୍କ ବ୍ୟକ୍ତିର ନାକ ଉପରୁ ମୁହଁର ହନୁହାଡ ପର୍ଯ୍ୟନ୍ତ ଘୋଡେଇ ହେବା ଉଚିତ୍ । ମଝିରେ କୌଣସି ଫାଙ୍କ ରହିବା ଉଚିତ୍ ନୁହେଁ ।

– ମାସ୍କକୁ ବାରମ୍ବାର ସ୍ପର୍ଶ କରନ୍ତୁ ନାହିଁ ଏବଂ ଏହାକୁ ବେକରେ ପିନ୍ଧି ଛାଡି ଦିଅନ୍ତୁନି ।

– ମାସ୍କକୁ ପିନ୍ଧିବାର ୬ ଘଣ୍ଟା ପରେ କିମ୍ବା ଏହା ଓଦା ହେବାପରେ ବଦଳାଇବା ଉଚିତ୍ ।

– ମାସ୍କକୁ ମୁହଁରୁ ବାହାର କରିବା ପରେ ଏହାର ବାହାର ସ୍ତରକୁ ସ୍ପର୍ଶ କରନ୍ତୁନି ଏବଂ ହାତକୁ ସାବୁନ ଓ ପାଣିରେ ଧୁଅନ୍ତୁ ।

– ଡିସପୋଜାଲ ମାସ୍କକୁ ପୁନଃ ବ୍ୟବହାର କରନ୍ତୁ ନାହିଁ । ମାସ୍କକୁ ଜୀବାଣୁ ରହିତ କରି ଆବର୍ଜନାକୁଣ୍ଡରେ ଫୋପାଡି ଦିଅନ୍ତୁ ।

Leave A Reply

Your email address will not be published.