ନୂଆଦିଲ୍ଲୀ: କଭି କଭି, ସିଲ୍ସିଲା ଏବଂ ବାଜାର ଭଳି ଚଳଚ୍ଚିତ୍ର ପାଇଁ ଜଣାଶୁଣା ଲେଖକ-ଚଳଚ୍ଚିତ୍ର ନିର୍ମାତା ସାଗର ସରହାଦିଙ୍କ ରବିବାର ବିଳମ୍ବିତ ରାତିରେ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୮ ବର୍ଷ ହୋଇଥିଲା।
ସାଗର ସରହଦି ତାଙ୍କ ବାସଭବନରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ବୋଲି ତାଙ୍କ ପୁତୁରା ଚଳଚ୍ଚିତ୍ର ନିର୍ମାତା ରମେଶ ତଲୱାର କହିଛନ୍ତି।
ପାକିସ୍ତାନରେ ଜନ୍ମ ହୋଇଥିବା ସାଗର ସରହଦି ୧୨ ବର୍ଷ ବୟସରେ ଦିଲ୍ଲୀ ଆସିଥିଲେ।
୧୯୭୬ରେ ମୁକ୍ତିଲାଭ କରିଥିବା ନିର୍ମାତା ୟଶ ଚୋପ୍ରାଙ୍କ ଚଳଚ୍ଚିତ୍ର ‘କଭି କଭି’ର କାହାଣୀ ଲେଖିଥିଲେ ସାଗର ସରହଦି। ଏଥିରେ ଅମିତାଭ ବଚ୍ଚନ ଏବଂ ରାଖୀ ଅଭିନୟ କରିଥିଲେ। ଏହାସହ ଚଳଚ୍ଚିତ୍ର ସିଲ୍ସିଲାର କାହାଣୀ ସଂରଚନା ମଧ୍ୟ କରିଥିଲେ ସାଗର।
Comments are closed.