ନୂଆଦିଲ୍ଲୀ: କରୋନା ସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ଅଛନ୍ତି ସରକାର । ଦେଶରେ ବର୍ତମାନ ଗୋଷ୍ଠୀ ସଂକ୍ରମଣର ସ୍ଥିତି ନାହିଁ । ଖବର ସରବରାହ ସଂସ୍ଥା ଏଏନଆଇକୁ ସାକ୍ଷାତକାର ଦେଇ ଏହି ସୂଚନା ଦେଇଛନ୍ତି ଗୃହମନ୍ତ୍ରୀ ଅମିତ ଶାହ ।
ଦିଲ୍ଲୀର କରୋନା ସ୍ଥିତିସମ୍ପର୍କରେ ଗୃହମନ୍ତ୍ରୀ କହିଛନ୍ତି ରାଜନୈତିକ ବୟାନବାଜୀ ଯୋଗୁଁ ଏକ ଭୟର ମାହୋଲ ସୃଷ୍ଟି ହୋଇଥିଲା । ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ବୟାନ ପରିପ୍ରେକ୍ଷୀରେ ଉତର ରଖି ଅମିତ ଶାହ କହିଛନ୍ତି ଦିଲ୍ଲୀରେ ସାଢେ ପାଂଚ ଲକ୍ଷ କରୋନା ପଜିଟିଭ ଚିହ୍ନଟ ହେବା ପରି ସ୍ଥିତି ଉପୁଜିବ ନାହିଁ । ଶାହା କହିଛନ୍ତି, କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବା ଦେଖି ଦିଲ୍ଲୀରେ ଟେଷ୍ଟିଂ ସଂଖ୍ୟା ମଧ୍ୟ ବଢ଼ାଇ ଦିଆଯାଇଛି । ଏବେ ରାଜଧାନୀରେ ପ୍ରତିଦିନ୧୬ ହଜାର ନମୁନା ଟେଷ୍ଟ ହେଉଛି । ତେଣୁ କରୋନା ନେଇ ଭୟ କରିବାର ଆବଶ୍ୟକ ନାହିଁ ।
ସରକାର କରୋନା ସଂକ୍ରମଣ ବିରୋଧରେ ଯୋଜନାବଦ୍ଧ ଭାବେ ଲଢ଼େଇ ଜାରି ରଖିଛନ୍ତି । ପ୍ରତିଦିନ ରାତିରେ କରୋନା ଅପ୍ଡେଟ୍ ପ୍ରଧନମନ୍ତ୍ରୀଙ୍କୁ ଦିଆଯାଉଛି ବୋଲି ଶାହା କହିଛନ୍ତି । ସେହିପରି ପ୍ରବାସୀ ଶ୍ରମିକଙ୍କ ରାଜ୍ୟ ବାହୁଡା ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ଉଦ୍ୟମରେ ଶ୍ରମିକମାନେ ନିଜ ରାଜ୍ୟକୁ ଫେରିଛନ୍ତି ।
Comments are closed.