Latest Odisha News

BREAKING NEWS

ସାମ୍ବାଦିକଙ୍କର ହେଲା କରୋନା ଟେଷ୍ଟ

ପୁରୀ: ରାଜ୍ୟରେ ଦିନକୁ ଦିନ କରୋନା ସ୍ଥିତି ଉପର ମୁହାଁ ହୋଇ ଚାଲିଛି । ଫଳରେ ରଥଯାତ୍ରା ଭଳି ବାହୁଡା ଯାତ୍ରା ମଧ୍ୟ ଯେପରି ସୁରୁଖୁରୁରେ ହେବ ସେଥିପାଇଁ ଚାଲିଛି ପ୍ରସ୍ତୁତି । ଆଜି ରଥଯାତ୍ରା ଖବର ସଂଗ୍ରହ କରୁଥିବା ସମସ୍ତ ସାମ୍ବାଦିକଙ୍କର କରୋନା ପରୀକ୍ଷା କରାଯାଇଛି । ରଥଯାତ୍ରା ସହ ସମ୍ପୃକ୍ତ ଥିବା ସେବାୟତ, ପୋଲିସ କର୍ମଚାରୀଙ୍କ ପରେ ଗଣମାଧ୍ୟମ ପ୍ରତିନିଧବଙ୍କ ନମୂନା ପରୀକ୍ଷା କରାଯାଇଛି ।

ଯେଉଁ ସାମ୍ବାଦିକମାନେ ରଥଯାତ୍ରାରେ ସାମିଲ ହୋଇଥିଲେ ଓ ବାହୁଡା ଯାତ୍ରାରେ ସାମିଲ ହେବେ ସେମାନଙ୍କ କୋଭିଡ ପରୀକ୍ଷା କରାଯାଇଛି । ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ଆୟୁର୍ବେଦିକ କଲେଜରେ ଟେଷ୍ଟ୍ ବ୍ୟବସ୍ଥା ହୋଇଛି । ଅନ୍ୟପଟେ ପୁରୀର ବାହୁଡା ଯାତ୍ରାର ସିଧା ପ୍ରାସାରଣ ପାଇଁ ବୈଦ୍ୟୁତିକ ଗଣମାଧ୍ୟମ ପ୍ରତିନିଧିମାନଙ୍କ ପାଇଁ ନୂତନ କର୍ଫ୍ୟୁ ପାସ ବ୍ୟବସ୍ଥା କରିଛି ଜିଲ୍ଲା ପ୍ରଶାସନ । ଏନେଇ ଟ୍ୱିଟ ଜରିଆରେ ରାଜ୍ୟ ସୂଚନା ଓ ପ୍ରସାରଣ ବିଭଗ ପକ୍ଷରୁ ସୂଚନା ଦିଆଯାଇଛି ।

ଏହି ସ୍ୱତନ୍ତ୍ର ପାସ ଆସନ୍ତା କାଲି ଅପରାହ୍ନ ୪ଟା ମଧ୍ୟରେ ଭିଡିଓ ଗ୍ରାଫର ମାନେ ଗ୍ରହଣ କରିବାକୁ କୁହାଯାଇଛି । ଏହି ପାସ ବାହୁଡା, ସୁନା ବେଶ ଓ ନୀଳାଦ୍ରି ବିଜେର ସୁଟିଙ୍ଗ ସମୟରେ କାର‌୍ୟ୍ୟକାରୀ ହେବ ବୋଲି କୁହାଯାଇଛି ।

Leave A Reply

Your email address will not be published.