ଭୁବନେଶ୍ୱର: ମାର୍କେଟରେ ବୁଲୁଛି ମାଉଜର । ରାଜଧାନୀରେ ଅପରାଧ ଘଟାଇବା ପାଇଁ ସୁଯୋଗ ଖୋଜୁଛନ୍ତି ଅପରାଧୀ । ସହିଦନଗର ଥାନା ଭବାନୀ ମଲ୍ ନିକଟରେ ଅପରାଧ ଓ ଡକାୟତି ଯୋଜନା ବେଳେ ପୋଲିସ ହାତରେ ୩ ଅଭିଯୁକ୍ତ ଧରା ପଡ଼ିଛନ୍ତି । ସେମାନଙ୍କ ଠାରୁ ପୋଲିସ ୨ଟି ଦେଶୀ ବନ୍ଧୁକ ସହ ୭ ରାଉଣ୍ଡ ଗୁଳି ଏବଂ ୨ଟି ମାଗାଜିନ୍ ଜବତ କରିଛି । ଅଭିଯୁକ୍ତଙ୍କ ଠାରୁ ଗୋଟିଏ ବୁଲେଟ୍ ଓ ଗୋଟିଏ ସ୍କୁଟି ଜବତ ହୋଇଛି ।
ସବୁଠାରୁ ବଡ଼ କଥା ହେଉଛି ଏବେ ପାର୍ବଣ ପାଇଁ ବଜାରରେ ଗହଳି ଲାଗି ରହୁଥିବା ବେଳେ ଅପରାଧୀ ବନ୍ଧୁକରେ ଗୁଳି ଲୋଡ୍ କରି ବୁଲୁଥିଲେ । ବିଶେଷ ସୂତ୍ରରୁ ଖବର ପାଇ ପୋଲିସ ସେମାନଙ୍କ ଧରିବା ସହ ବଡ଼ ଅଘଟଣକୁ ଏଡ଼ାଇ ଦେଇ ପାରିଛି । ମାମଲାରେ ପୋଲିସ ୩ ଜଣଙ୍କୁ ଗରିଫ କରିଛି ।
ଗିରଫ ଅଭିଯୁକ୍ତମାନଙ୍କ ମଧ୍ୟରେ ରଞ୍ଜନ କୁମାର ନାୟକର ଘର ଗଞ୍ଜାମରେ ହୋଇଥିବା ବେଳେ ସେ ଝାରପଡ଼ାରେ ରହୁଥିଲା । ସେହିଭଳି ଆଉ ଜଣେ ଅଭିଯୁକ୍ତ ମୁକେଶ ସାହୁର ଘର ନୟାଗଡ଼ର ଓଡ଼ଗାଁରେ ହୋଇଥିବା ବେଳେ ସେ କଳ୍ପନାରେ ରହୁଥିଲା । ଆଉ ଜଣେ ଅଭିଯୁକ୍ତ ଅରୁଣଜିତ୍ ନାୟକର ଘର ଲିଙ୍ଗରାଜ ଥାନା ଅଞ୍ଚଳରେ ।
Comments are closed.