Latest Odisha News

BREAKING NEWS

ସତ୍ୟନଗର ମଶାଣିକୁ ଅନ୍ୟତ୍ର ଉଠାଇବା ଦାବି

ଭୁବନେଶ୍ୱର : ଜୋର୍ ଧରିଲା ସହିଦନଗର ସତ୍ୟନଗର ମଶାଣିକୁ ସ୍ଥାନାନ୍ତର ଦାବି । ସତ୍ୟନଗର ଡେଭଲପମେଣ୍ଟ ଆଣ୍ଡ କଲ୍ଚରାଲ ସୋସାଇଟି ତରଫରୁ ଏକ ପ୍ରତିନିଧି ମଣ୍ଡଳ ପକ୍ଷରୁ ଦାବି ହୋଇଛି । ତାଙ୍କ ସହିତ ସହିଦନଗର ବାସିନ୍ଦା ମାନେ ମଧ୍ୟ ସମିଲ୍ ଥିଲେ । ଅନ୍ୟତ୍ର ଉଠାଇବା ଦାବିରେ ଏକ ଦାବିପତ୍ର ଭୁବନେଶ୍ୱର ମଧ୍ୟ ବିଧାୟକ ଶ୍ରୀ ଅନନ୍ତ ନାରାୟଣ ଜେନାଙ୍କୁ ପ୍ରଦାନ କରାଯାଇଛି । ମଶାଣିରେ ପ୍ରତିଦିନ କାରୋ ନା ଆକ୍ରାନ୍ତଙ୍କ ସହ ଅନ୍ୟ ଲୋକଙ୍କ ଶହ ଶହ ମୃତଶରୀର ଦାହ କରାଯାଉଛି ।

ଯାହାକି ବାୟୁମଣ୍ଡଳ ଦୁଷିତ କରିବାସହ ପରିବେଶକୁ ଦୂଷିତ କରୁଛି। ଏପରିକି ଏହି ଅଞ୍ଚଳର ବାସିନ୍ଦା ମାନେ ଫୁସଫୁସ ଜନିତ ରୋଗରେ ଆକ୍ରାନ୍ତ ହେଉଛନ୍ତି। ଏହାର ଉତ୍ତରରେ ବିଧାୟକ ଶ୍ରୀ ଜେନା ଆପଣଙ୍କ ଦାବି ସରକାରଙ୍କ ପାଖରେ ବିଚାରାଧୀନ ଅଛି ବୋଲି ଅବଗତ କରିଥିଲେ । ଏନେଇ ବହୁତ ଶୀଘ୍ର ଆକ୍ସନ୍ ନିଆଯିବ। ର ବାସିନ୍ଦାମାନେ ଯୋଗ ଦେଇଥିଲେ।

Leave A Reply

Your email address will not be published.