Latest Odisha News

କୋଭିଡ୍ କଟକଣାରେ ଏବର୍ଷ ଶ୍ରୀକ୍ଷେତ୍ରରେ ସାହି ଯାତ

ପୁରୀ: କୋଭିଡ କଟକଣା ମଧ୍ୟରେ ଚଳିତବର୍ଷ ପୁରୀରେ ସାହି ଯାତ ଅନୁଷ୍ଠିତ ହେବ । ସ୍ୱଳ୍ପ ସଂଖ୍ୟକ ଲୋକଙ୍କ ଉପସ୍ଥିତିରେ କରିବା ନେଇ ଜିଲ୍ଲାପାଳ ସାହି ମୁରବୀମାନଙ୍କ ସହ ବୈଠକ ପରେ ନିଷ୍ପତ୍ତି ହୋଇଛି । ଶ୍ରୀରାମ ନବମୀ ଅର୍ଥାତ ଅପ୍ରେଲ ୨୧ ତାରିଖରୁ ମେ ମାସ ୪ତାରିଖ ରାମାଭିଷେକ ଯାଏ ସାହି ଯାତ ଅନୁଷ୍ଠିତ ହୋଇଥାଏ । କୋଭିଡ୍ କଟକଣା ଭିତରେ ଶୃଙ୍ଖଳିତା ଭାବରେ କିଭଳି ଆୟୋଜନ କରାଯିବ ସେନେଇ ଜିଲ୍ଲା ପ୍ରଶାସନ ସାହି ମୁରବୀଙ୍କ ସହ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଛି ।

ଅନ୍ୟପଟେ କୋଭିଡ ନିୟନ୍ତ୍ରଣ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଇସିୟୁ ବ୍ୟବସ୍ଥା ସହ କୋଭିଡ କେୟାର ମେଡିକାଲ ଓ ସ୍ୱତନ୍ତ୍ର ଆମ୍ବୁଲାନ୍ସ ବ୍ୟବସ୍ଥା କରାଯାଇଥିବା କହିଛନ୍ତି ଜିଲ୍ଲାପାଳ । ସମସ୍ତ ସେବାୟତ କୋଭିଡ ନିୟମ ଅନୁସାରେ ସାହି ଯାତକୁ ପାଳନ କରିବେ ବୋଲି ସହମତି ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.