Latest Odisha News

BREAKING NEWS

ଆକାଶରେ ଉଡିବେ ଦିବ୍ୟାଙ୍ଗ ପିଲା: ସ୍ୱପ୍ନ ପୂରଣ କରିବ ଏୟାର ଇଣ୍ଡିଆ ଓ ଓଡ଼ିଶା ସରକାର

ଭୁବନେଶ୍ୱର: ପୂରଣ ହେବ ୪୪ ଓଡ଼ିଆ ଦିବ୍ୟାଙ୍ଗ ପିଲାଙ୍କ ଆକାଶରେ ଉଡିବା ସ୍ୱପ୍ନ । ଏୟାର୍ ଇଣ୍ଡିଆ ଓ ଓଡ଼ିଶା ସରକାରଙ୍କ ମିଳିତ ଉଦ୍ୟମରେ ୪୪ ଦିବ୍ୟାଙ୍କ ପିଲାଙ୍କ ଏହି ସ୍ୱପ୍ନ ପୂରଣ ହେବ ।

ଭୁବନେଶ୍ୱର ଓ ବାରିପଦାର ବିଭିନ୍ନ ଦିବ୍ୟାଙ୍ଗ ଅନୁଷ୍ଠାନର ୪୪ ପିଲାଙ୍କୁ ଭୁବନେଶ୍ୱର ଆକାଶମାର୍ଗରୁ ବିମାନରେ ଉଡିବାର ଅନୁଭୂତି ପ୍ରଦାନ କରାଯିବ । ଏହା ଏକ ସ୍ୱତନ୍ତ୍ର ଉଡାଣ ରହିବ ।

ଦିବ୍ୟାଙ୍ଗ ପିଲାଙ୍କ ପାଇଁ କରାଯାଇଥିବା ଏହି ସ୍ୱତନ୍ତ୍ର ଉଡାଣରେ ୯ରୁ ୧୮ ବର୍ଷ ପର୍ଯ୍ୟନ୍ତ ପିଲା ସାମିଲ ହେବେ । ଏମାନଙ୍କ ମଧ୍ୟରେ ୨୩ ଜଣ ବାଳିକା ଥିବା ବଳେ ୨୧ ଜଣ ବାଳକ ଅଛନ୍ତି ।

ଏମାନଙ୍କ ସହ ୨୧ ଜଣ ସହାୟକ ଓ ସହାୟିକା ମଧ୍ୟ ଏହି ଉଡାଣରେ ସାମିଲ ହେବେ । ପୂର୍ବରୁ ଏୟାର ଇଣ୍ଡିଆ ତରଫରୁ ଗରିବ ମହିଳାମାନଙ୍କ ପାଇଁ ବିମାନରେ ଉଡିବା ପାଇଁ ଏକ ସ୍ୱତନ୍ତ୍ର ଉଡାଣର ବ୍ୟବସ୍ଥା କରାଯାଇଥିଲା ।

Leave A Reply

Your email address will not be published.