ସାଇ ଇଣ୍ଟରନ୍ୟାସନାଲ୍ ସ୍କୁଲରେ ଇ-ଅନୱାଇଣ୍ଡ ।୨୦୨୧ ଛାତ୍ରଛାତ୍ରୀମାନଙ୍କୁ ନେତୃତ୍ୱ ନେବାର କୌଶଳ ଶିକ୍ଷାର ପ୍ରୟୋଗଶାଳା ଇ-ଅନୱାଇଣ୍ଡ ।
ରବିବାର ସାଇ ଇଣ୍ଟରନାସନାଲ୍ ସ୍କୁଲରେ ଇ-ଅନୱାଇଣ୍ଡ-୨୦୨୧ ଦ୍ୱାଦଶତମ ସଂସ୍କରଣ ଥ୍ରିଡି ଭର୍ଚୁଆଲ ପ୍ଳାଟଫର୍ମ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି । ଅନ୍ ୱାଇଣ୍ଡ ଏକ ସ୍ୱତନ୍ତ୍ର କାର୍ୟ୍ୟକ୍ରମ ଯାହାଦ୍ୱାରା ଛାତ୍ରଛାତ୍ରୀମାନେ ସେମାନଙ୍କର ନିୟମିତ ପାଠ୍ୟ କାର୍ୟ୍ୟକ୍ରମ ମଧ୍ୟରେ ଅବସର ପାଇଁ କିଛି ସମୟ ପାଇଥାନ୍ତି।
ଏହା ହେଉଛି ଭାରତର ସର୍ବବୃହତ କେ-୧୨ ସାଂସ୍କୃତିକ ମହୋତ୍ସବ, ଯେଉଁ କାର୍ୟ୍ୟକ୍ରମ ଛାତ୍ରଛାତ୍ରୀମାନଙ୍କୁ ନେତୃତ୍ୱ ନେବାର କୌଶଳ , ଉଦ୍ୟୋଗୀ, ସହଯୋଗ, ଦଳ ଗଠନ, ଦଳଗତ କାର୍ୟ୍ୟ, ସମାଲୋଚକ ଚିନ୍ତାଧାରା, ବୁଝାମଣା, ସୃଜନଶୀଳତା ପରି ବଳିଷ୍ଠ ଦିଗ ପ୍ରତି ଆକୃଷ୍ଟ କରିବ।
ଭୁବନେଶ୍ୱର: ସାଇ ଇଣ୍ଟରନାସନାଲ୍ ଭାଇସ୍ ଚେୟାରପର୍ସନ ଡଃ ଶିଳ୍ପୀ ସାହୁ ଏହି ମେଗା ଇଭେଣ୍ଟକୁ ଉଦ୍ଘାଟନ କରିଥିବାବେଳେ ଓଡ଼ିଶୀ ନୃତ୍ୟଶିଳ୍ପୀ ଶାସ୍ୱତ ଯୋଶୀଙ୍କ ଦ୍ୱାରା ଉଦ୍ଘାଟନୀ ନୃତ୍ୟ ପ୍ରଦର୍ଶନ କରାଯାଇଥିଲା। ଏହି ଭର୍ଚୁଆଲ୍ ପ୍ଳାଟଫର୍ମରେ ୬ଟି ଟ୍ରାକ ରେ ୨୪ଟି କର୍ମଶାଳା, ଆକର୍ଷଣୀୟ କାର୍ୟ୍ୟକ୍ରମ ଏବଂ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା ।
ଏହି ଦିନିକିଆ ମେଗା ଇଭେଣ୍ଟରେ ଦ୍ୱାଦଶ ଶ୍ରେଣୀର ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ । ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ସହିତ ପ୍ରାୟ ୧୨ ହଜାର ଲୋକ ଏଥିରେ ସାମିଲ୍ ହୋଇଥିଲେ ।
ଏହି ମେଗା ଇଭେଣ୍ଟ ଆଇସଲ୍ୟାଣ୍ଡ ଥ୍ରିଡି ଭର୍ଚୁଆଲ ପ୍ଳାଟଫର୍ମରେ ଏଥିରେ ହେଲ୍ପ ଡ଼େସ୍କ, ଟ୍ରାକ୍ ଲବି, ମେନ୍ ଅଡ଼ିଟୋରିୟମ୍ ଏବଂ ଗେମ୍ ଜୋନ୍ ଆଦି ଅନ୍ତର୍ଭୁକ୍ତ ଥିଲା । ଛାତ୍ରଛାତ୍ରୀମାନେ ଏଥିରେ ଗୀତ ଏବଂ ନୃତ୍ୟ ପ୍ରଦର୍ଶନ କରିଥିଲେ ।
ଜାପାନର ଚିହୋ ନାକାଗାୱା ଏବଂ ବିଭିନ୍ନ ପ୍ରକାରର ଜାପାନିଜ୍ ଖାଦ୍ୟର ପ୍ରସ୍ତୁତି ପ୍ରଣାଳୀ ଶିଖାଇଥିଲେ। ସେହିପରି ଟାଇ ଏଣ୍ଡ ଡାଏ, ଗେଟ୍ ଗ୍ରୋଭି ଏଥିରେ ଖାଦ୍ୟ ପ୍ରସ୍ତୁତି କର୍ମଶାଳାରେ ସାମିଲ୍ ହୋଇଥିଲେ । ଏହି କର୍ମଶାଳାରେ ଷ୍ଟାଣ୍ଡପ୍ କମେଡ଼ି, ଫିଲ୍ମ ମେକିଙ୍ଗ୍, ଫେସ୍ ପେଣ୍ଟିଙ୍ଗ୍, ମକ୍ଟେଲ୍, ସ୍ନାକ୍ସ ପ୍ରସ୍ତୁତି, କଳା ଏବଂ ହସ୍ପଶିଳ୍ପର କର୍ମଶାଳା ଖ୍ୟାତାନାମା ବିଶେଷଜ୍ଞଙ୍କ ଦ୍ୱାରା କର୍ମଶାଳା ଆୟୋଜିତ ହୋଇଥିଲା।
ସେହିପରି ସ୍ପିନ୍ ଦ ହୁଇଲ୍, କାହୋଟ୍, ଗେସ୍ ଦ ଲୋଗୋ, ଇମୋଟିକନ୍ ବାଟେଲ୍, ବିଜିଏମ୍ଆଇ ଏବଂ ଭାଲୋରାଣ୍ଟ, ପ୍ୟାକମାନ୍, ଫୁଟବଲ୍ ପରି ଗେମ୍ଗୁଡ଼ିକ ଗେମ୍ ଜୋନ ଛାତ୍ରଛାତ୍ରୀଙ୍କ ପାଇଁ ରହିଥିଲା । ସେହିପରି ଶାରଭରି ଜାମେନିସଙ୍କ କଥକ ନୃତ୍ୟ, ଫ୍ୟୁଜନ୍ ଡ୍ୟାନ୍ସ ପରିବେଷଣ କରାଯାଇଥିଲା।
ସେହିପରି ଇଣ୍ଡିଆ ଗଟ୍ ଟ୍ୟାଲେଣ୍ଟର ଫାଇନାଲିଷ୍ଟ୍ ତଥା ବାଲୁକା ଶିଳ୍ପୀ ସନ୍ତୋଷ କୁମାର ସେଠୀ ନିଜର ବାଲୁକା କଳା ପ୍ରଦର୍ଶନ କରିଥିଲେ।
Comments are closed.