Latest Odisha News

BREAKING NEWS

କରୋନା ଲାଗି ସହାୟତାର ହାତ ବଢାଇଲେ ପାକିସ୍ତାନୀ ଓ ବଙ୍ଗଳାଦେଶୀ ଦଳ, ଏବେ ଭାରତୀୟଙ୍କ ପାଳି !

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଭାରତୀୟ କ୍ରିକେଟରଙ୍କୁ ତୀବ୍ର ସମାଲୋଚନାର ଶିକାର ହେବାକୁ ପଡିଛି । ଗୋଟେପଟେ ପାକିସ୍ତାନୀ ଖେଳାଳୀ ୫୦ ଲକ୍ଷ ଓ ବଙ୍ଗଳାଦେଶୀ ନିଜ ଅଧା ଦରମା (୨୫ଲକ୍ଷ) ଦାନ କରିଛନ୍ତି ।

ଏପରି ସ୍ଥିତିରେ ଭାରତୀୟ କ୍ରିକେଟର ଅର୍ଥଦାନ କରିନଥିବାରୁ ଲୋକେ ସୋସିଆଲ ମିଡିଆରେ ସେମାନଙ୍କୁ ସମାଲୋଚନା କରିଛନ୍ତି ।

ତେବେ ବିରାଟ କୋହଲି ଭଳି କ୍ରିକେଟର ଭିଡିଓ ଜରିଆରେ ସଚେତନତା ସୃଷ୍ଟି କରିଛନ୍ତି । ଅନ୍ୟପଟେ ସୌରଭ ଗାଙ୍ଗୁଲି ଗରିବଙ୍କୁ ୫୦ ଲକ୍ଷ ଟଙ୍କାର ଚାଉଳ ଓ ପଠାନ୍ ବ୍ରଦର୍ଶ ୪ହଜାର ମାସ୍କ ବଣ୍ଟନ କରିଛନ୍ତି ।

ପାକିସ୍ତାନ ଓ ବଙ୍ଗଳାଦେଶ କ୍ରିକେଟ ବୋର୍ଡ ଅପେକ୍ଷା ବିସିସିଆର ଅନେକ ପ୍ରୋଟୋକୋଲ ରହିଛି । ଯାହାକୁ ବାଦ ଦେଇ ଚୁକ୍ତିରେ ଥିବା କୌଣସି ଖେଳାଳୀ ଟଙ୍କା ଡୋନେଟ୍ କିମ୍ବା ଗ୍ରହଣ କରିପାରିବେନି ।

ଅନ୍ୟପକ୍ଷରେ କରୋନା ଲଢେଇରେ ଭାରତର ସ୍ଥିତି ମଜବୁତ୍ ରହିଛି । ଆବଶ୍ୟକ ପଡିଲେ ଆଗକୁ କେବଳ କ୍ରିକେଟର କାହିଁକି ସମସ୍ତ ଜନତା ସରକାରଙ୍କୁ ସହଯୋଗ ର ହାତ ବଢାଇବେ ।

ତେଣୁ କ୍ରିକେଟରଙ୍କୁ ଦୋଷ ଦେବା ଅପେକ୍ଷା କୋଭିଡ-୧୯ ସହ ଜଡିତ ନିୟମକୁ ମାନିବା ହିଁ ହେଉଛି ଜନତାଙ୍କର ପ୍ରଥମ ଲକ୍ଷ ।

Leave A Reply

Your email address will not be published.