Latest Odisha News

BREAKING NEWS

ଆକ୍ରମଣ ଦିନର ଘଟଣା ସମ୍ପର୍କରେ ବଖାଣିଲେ ସୈଫ୍… 

ମୁମ୍ବାଇ: ବଲିଉଡ ଅଭିନେତା ସୈଫ୍ ଅଲ୍ଲୀ ଖାନଙ୍କ ଉପରେ ଆକ୍ରମଣ ହେବା ଘଟଣା ସମସ୍ତଙ୍କୁ ସ୍ତବ୍ଧ କରିଦେଇଥିଲ। ଦୀର୍ଘ ଦିନ ପରେ ସୈଫ୍ ନିଜେ ଜାନୁଆରୀ ୧୬ ତାରିଖରେ ମୁମ୍ବାଇସ୍ଥିତ ଘରେ ଘଟିଥିବା ସେହି ଭୟଙ୍କର ଦୃଶ୍ୟ ସମ୍ପର୍କରେ ବଖାଣିଛନ୍ତି।

ଅଭିନେତା ଜଣକ କହିଛନ୍ତି ଯେ ଆକ୍ରମଣକାରୀମାନେ ଘରକୁ ଆସି ସେମାନଙ୍କ ସହ ଧସ୍ତାଧସ୍ତି କରିବା ସମୟରେ ଜେହ ଉଠିପଡ଼ିଥିଲେ। ହୁଏତ ସେ ଏସବୁ ଦେଖିଛନ୍ତି। ଆକ୍ରମଣ ପରେ ଜେହ ମୋତେ ଏକ ପ୍ଲାଷ୍ଟିକ୍ ଖଣ୍ଡା ଗିଫ୍ଟ ଦେଇ ଏହାକୁ ମୋ ବିଛଣା ପାଖରେ ରଖିବାକୁ କହିଛନ୍ତି। ଯଦି ପରବର୍ତ୍ତୀ ସମୟରେ ଚୋର ଆସିବ ତେବେ ଏଥିରେ ମାରିବ ବୋଲି ସେ କହିଛି। ଜେହ ଆହୁରି ମଧ୍ଯ କହିଥିଲେ ଯେ ଗୀତା ଆବାଙ୍କୁ ରକ୍ଷା କରିଥିଲା ​​ଏବଂ ଆବା ମୋତେ ରକ୍ଷା କରିଥିଲେ।

ସେହିପରି ଯେତେବେଳେ ମୋର ବଡ଼ ପୁଅ ତୈମୁର ମୋତେ ରକ୍ତରେ ବୁଡ଼ିଯାଇଥିବା ଦେଖିଲା। ସେ ପଚାରିଥିଲା ଯେ, ତୁମେ କ’ଣ ମରିଯିବ? ତା’ପରେ ମୁଁ କହିଥିଲି- ନା।

ସୈଫ୍ ଆହୁରି ମଧ୍ଯ କହିଛନ୍ତି ଯେ ତାଙ୍କ ଉପରେ ଆକ୍ରମଣ ହେବା ପରେ କରୀନା ବହୁତ ଦୁଃଖି ହୋଇଯାଇଥିଲେ। ଏପରିକି ସେ ରାସ୍ତାରେ ରିକ୍ସା ପାଇଁ ଚିତ୍କାର କରୁଥିଲେ। ଏହି ଘଟଣା ପରେ ଆମେ ପିଲାମାନଙ୍କୁ ନେଇ ବହୁତ ଚିନ୍ତିତ ହୋଇପଡିଛୁ।

Comments are closed.