Latest Odisha News

BREAKING NEWS

ପଟୌଦି ପ୍ୟାଲେସ୍‌ରେ ପାପା ସୈଫ୍‌ଙ୍କ ସହ ଚାଷ କାମ କରୁଛନ୍ତି ତୈମୁର୍‌; ସୋସିଆଲ୍‌ ମିଡିଆରେ ଟ୍ରେଣ୍ଡ୍‌ କରୁଛି ତୈମୁର୍‌ଙ୍କ ଫଟୋ

ନୂଆଦିଲ୍ଲୀ: ବଲିଉଡ୍‌ର ନବାବ ସୈଫ୍‌ ଅଲ୍ଲୀ ଖାନ ତାଙ୍କ ପୁଅ ତୈମୁରଙ୍କ ସହ ଅନେକ ଅନ୍ତରଙ୍ଗ ସମୟ ବିତାଉଛନ୍ତି। ସେ ନିଜ କାମରେ ଯେତେ ବ୍ୟସ୍ତ ଥିଲେ ମଧ୍ୟ ତୈମୁର୍‌ଙ୍କ ସହିତ ମସ୍ତି କରିବାର ସମୟକୁ ସେ କେବେ ହାତଛଡା କରନ୍ତି ନାହିଁ।

ବର୍ତ୍ତମାନ ସୈଫ୍‌ ଏବଂ ତୈମୁର୍‌ଙ୍କ ଅନେକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଉଭୟ ପଟୌଦି ପ୍ୟାଲେସରେ କ୍ଷେତବାଡି କାମ କରୁଥିବା ଦେଖିବାକୁ ମିଳିଛି। ସୂଚନାଯୋଗ୍ୟ ଏହି ଫଟୋ କିଛି ଦିନ ପୁରୁଣା। କିନ୍ତୁ ସୋସିଆଲ ମିଡିଆରେ ଏହା ଏବେ ଟ୍ରେଣ୍ଡ କରୁଛି।

ପ୍ରଥମ ଫଟୋରେ ତୈମୁରଙ୍କ ସୁନ୍ଦର ଅଭିବ୍ୟକ୍ତି ସମସ୍ତଙ୍କୁ ଖୁସି କରିଥିଲା। ସେ କାଦୁଅ ମଝିରେ ଠିଆ ହୋଇଛନ୍ତି, କିନ୍ତୁ ତାଙ୍କ ମୁହଁରେ ଥିବା ହସ ବ୍ୟକ୍ତ କରୁଛି ଯେ ସେ ଚାଷ କରି ବହୁତ ଖୁସି ଅଛନ୍ତି।

ଭାଇରାଲ ହୋଇଥିବା ଅନ୍ୟ ଏକ ଫଟୋରେ ତୈମୁର ହାତରେ କାଦୁଅ ବୋଳି ହୋଇଥିବା ଦେଖିବାକୁ ମିଳିଛି। ଏଥି ସହିତ, ସୈଫ୍‌ ମଧ୍ୟ କିଛି ଦୂରରେ ଠିଆ ହୋଇ ଚାଷ କାର୍ଯ୍ୟ କରୁଥିବା ନଜର ଆସିଛନ୍ତି।

ଉଲ୍ଲେଖଥାଉ କି, ସୈଫ୍‌ ଏବଂ ତୈମୁର ଏଭଳି ‌କ୍ଷେତବାଡି କରିବା ଘଟଣା ପ୍ରଥମ ନୁହେଁ। ଏହାପୂର୍ବରୁ ସୋସିଆଲ ମିଡିଆରେ କିଛି ଫଟୋ ଭାଇରାଲ ହୋଇଥିଲା ଯେଉଁଠାରେ ସୈଫ୍‌ ତୈମୁରଙ୍କୁ ଚାଷ କାର୍ଯ୍ୟ ଶିଖାଉଥିଲେ।

Comments are closed.