ଲାହୋର: ଜିମ୍ବାୱେ ବିପକ୍ଷ ଦ୍ୱିତୀୟ ଦିିନିକିଆ କ୍ରିକେଟ ମ୍ୟାଚରେ ପାକିସ୍ତାନ ବିଜୟ ହାସଲ କରି ସିରିଜକୁ ୧-୧ ସମାନ ସ୍ଥିତିକୁ ଆଣିଛି । ଏହି ମ୍ୟାଚରେ ସମଇ ଆୟୂବ ବିସ୍ଫୋରକ ଶତକ ହାସଲ କରି ଦଳର ବିଜୟରେ ମୂଖ୍ୟ ଭୂମିକା ଗ୍ରହଣ କରିବା ସହ ବିଶ୍ୱରେକର୍ଡ ସ୍ଥାପନ କରିଛନ୍ତି । ସେ ୬୨ ବଲରେ ୧୭ ଚୌକା ଓ ୩ ଛକା ସହାୟତାରେ ୧୧୩ ରନ କରିଥିଲେ । ୧୫୦ରୁ କମ ସ୍କୋର ମଧ୍ୟରେ ଏହା ସବୁଠାରୁ ଦ୍ରୁତ ଶତକ । ପାକିସ୍ତାନ ପକ୍ଷରୁ ସେ ତୃତୀୟ ଦ୍ରୁତ ଶତକ ହାସଲ କରିଛନ୍ତି । ଏହା ପୂର୍ବରୁ ଶ୍ରୀଲଙ୍କା ବିପକ୍ଷରେ ଶାହୀଦ ଆଫ୍ରିଦୀ ୩୭ ବଲରେ ଶତକ ହାସଲ କରି ଶୀର୍ଷରେ ରହିଛି ।
ଆଫ୍ରିଦୀ ବାଂଲାଦେଶ ବିପକ୍ଷରେ ୫୩ ବଲରେ ଏବଂ ଭାରତ ବିରୋଧରେ ୪୫ ବଲରେ ଶତକ ହାସଲ କରି ସାରିଛନ୍ତି । ଦ୍ୱିତୀୟ ଦିନିକିଆରେ ଜିମ୍ବାୱେ ୧୪୬ ରନର ଟାର୍ଗେଟ ପାକିସ୍ତାନକୁ ଦେଇଥିଲା । ପାକିସ୍ତାନ ୧୮.୨ ଓଭରରେ କୌଣସି ୱିକେଟ ନ ହରାଇ ବିଜୟ ଲକ୍ଷ୍ୟ ହାସଲ କରି ନେଇଥିଲା । ଅବଦୁଲ ଶଫିକ ୪୮ ବଲରେ ୩୨ ରନ କରିଥିଲେ । ପ୍ରଥମ ଦିିନିକିଆରେ ଜିମ୍ବାୱେ ବିଜୟ ହାସଲ କରିଥିଲା ।