Latest Odisha News

ଗତ ୩ ବର୍ଷରେ ହାତୀ ଆକ୍ରମଣରେ ଯାଇଛି ୬୬୮ ଜୀବନ

ଭୁବନେଶ୍ୱର: ଦିନକୁ ଦିନ ଓଡ଼ିଶାରେ ହାତୀ ଏବଂ ମିଣିଷ ଲଢେଇ ଚରମ ସୀମାରେ ପହଞ୍ଚିଲାଣି । ଗତ ତିନି ବର୍ଷରେ ହାତୀ ଆକ୍ରମଣରେ ଯାଇଛି ୬୬୮ ଜୀବନ । ଏହା ସହିତ ୫୦୯ ଜଣ ଲୋକ ହାତୀ ଆକ୍ରମଣରେ ଆହତ ହୋଇଛନ୍ତି । ଏନେଇ ଆଜି ବିଧାନସଭାରେ ବିଜେଡି ବିଧାୟକ ସନାତନ ମହାକୁଡ଼ଙ୍କ ପ୍ରଶ୍ନର ଉତ୍ତରରେ ତଥ୍ୟ ରଖିଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ।

କେବଳ ୨୦୨୨-୨୦୨୩ ମସିହାରେ ରାଜ୍ୟରେ ୧୪୯ ଜଣ ମୃତ୍ୟୁ ବରଣ କରିଥିବା ରେକର୍ଡରୁ ଜଣା ପଡିଛି । ସ୍ଥିତି ଏପରି ଯେ, ଏହି ସଂଖ୍ୟା ସର୍ବଭାରତୀୟ ସ୍ତରରେ ସର୍ବାଧିକ ରହିଛି। ହାତୀମାନଙ୍କ ଆକ୍ରମଣରେ ଦେଶରେ ସର୍ବଧିକ ମୃତ୍ୟୁ ଓଡ଼ିଶାରେ ହୋଇଛି ।

ସେହିପରି, ରାଜ୍ୟରେ ହାତୀ ଉପଦ୍ରବ ବି ବଢିଥିବା କହିଛନ୍ତି ମନ୍ତ୍ରୀ । ଏହି ୩ ବର୍ଷରେ ହାତୀ ଆକ୍ରମଣରେ ୧୩୯ ଗୃହପାଳିତ ପଶୁଙ୍କ ଜୀବନ ଯାଇଛି । ଏହି ସମୟରେ ହାତୀପଲ ୭୩ ହଜାର ୬୨୦ ଏକର ଫସଲ ନଷ୍ଟ କରିଥିବାବେଳେ, ୧୦ ହଜାର ୨୫୯ଟି ଘର ଭାଙ୍ଗିଥିବା ମନ୍ତ୍ରୀ କହିଛନ୍ତି । ଅନ୍ୟପଟେ ଗତ ୫ ମାସରେ ରାଜ୍ୟରେ ଉଭୟ ସ୍ୱାଭାବିକ ତଥା ଦୁର୍ଘଟଣାଜନିତ ବିବାଦରେ ୪୦ ହାତୀଙ୍କର ମୃତ୍ୟୁ ଘଟିଛି ।

ସେହିପରି ଗତ ଛଅ ମାସ ସମୟ ମଧ୍ୟରେ ୫ଟି କଲରାପତରିଆ ବାଘ ଓ ୨୦୦ ଅନ୍ୟାନ୍ୟ ବନ୍ୟଜନ୍ତୁଙ୍କର ମୃତ୍ୟୁ ହୋଇଥିବା ମନ୍ତ୍ରୀ ଉତ୍ତର କହିଛନ୍ତି ।

Comments are closed.