ଭୁବନେଶ୍ବର: ସୈନିକ ସ୍କୁଲ ଏବଂ ଓଏମସି ପକ୍ଷରୁ ଆସନ୍ତା ଡିସେମ୍ବର ୧୫ ରେ ୮ମ ମିନି ମାରାଥନ ଅନୁଷ୍ଠିତ ହେବ। ଉକ୍ତ ପ୍ରତିଯୋଗିତାରେ ସ୍କୁଲର ୬୦୦ କ୍ୟାଡ଼େଟ୍, ୨୦୦ ପୁରାତନ ଛାତ୍ର, ୪୦୦ରୁ ଊର୍ଦ୍ଧ୍ଵ ସହୋଦୟ ସ୍କୁଲ ଏବଂ ସରକାରୀ ବିଦ୍ୟାଳୟମାନଙ୍କରୁ ପ୍ରତିଯୋଗୀ ମନେ ଅଂଶଗ୍ରହଣ କରିବେ। ଏହି ମାରାଥନରେ ମୋଟ ୧୨୦୦ ପ୍ରତିଯୋଗୀ ଅଂଶଗ୍ରହଣ କରିବେ।
ସୂଚନା ଅନୁସାରେ, ସୈନିକ ସ୍କୁଲ ପରିସର ମଧ୍ୟରେ ଥିବା ଗାନ୍ଧୀ ମିନି ଷ୍ଟାଡ଼ିୟମରୁ ସିନିୟର ପ୍ରତିଯୋଗୀମାନେ ନିଜର ଦୌଡ଼ ଆରମ୍ଭ କରି ସୈନିକ ସ୍କୁଲ ମୁଖ୍ୟ ଗେଟ୍, ମଞ୍ଚେଶ୍ୱର ରାସ୍ତା, ରେଳ କଲୋନୀ ରାସ୍ତା, ଓମ୍ଫେଡ଼୍ ଛକ, ନାଲକୋ-କଳିଙ୍ଗ ହସ୍ପିଟାଲ, ଜୟଦେବ ବିହାର, ଆଚାର୍ଯ୍ୟବିହାର ଛକ, ଆପୋଲ ହସ୍ପିଟାଲ, ସୈନିକ ସ୍କୁଲ ଛକ ଦେଇ ୧୦ କି.ମି. ପଥ ଅତିକ୍ରମ କରି ଶେଷରେ ଆରମ୍ଭ ହୋଇଥିବା ଗାନ୍ଧୀ ଷ୍ଟାଡ଼ିୟମ ଠାରେ ପହଞ୍ଚିବେ।
ସେହିପରି ଜୁନିୟର ବିଭାଗରେ ସୈନିକ ସ୍କୁଲରୁ ବାହାରି ମଞ୍ଚେଶ୍ୱର ରାସ୍ତା, ଓମ୍ଫେଡ଼୍ ଛକ, ନାଲକୋ-କଳିଙ୍ଗ ହସ୍ପିଟାଲ ଛକ, ଗଜପତି ନଗର ରାସ୍ତା ଦେଇ ସୈନିକ ସ୍କୁଲ ଗାନ୍ଧୀ ଷ୍ଟାଡ଼ିୟମ ଠାରେ ପହଞ୍ଚିବେ। କମୋଡ଼ର ମହେଶ ରହଙ୍ଗଡାଲେ, ଭାରତୀୟ ନୌସେନା ସେବା, ଡେପୁଟି ଡାଇରେକଟର ଜେନେରାଲ, ଏନସିସି ଓଡ଼ିଶା, ସୈନିକ ସ୍କୁଲ ପ୍ରିନ୍ସିପାଲ କର୍ଣ୍ଣଲ ବାଲୁଭରତ, ସୈନିକ ସ୍କୁଲ ପୁରାତନ ଛାତ୍ର ସଂଘର ସଭାପତି ମଧୁସୂଦନ ପାଢ଼ୀ, ଦୌଡ଼ ପ୍ରତିଯୋଗୀତାର ସଂଯୋଜକ ଅମିତାଭ ସ୍ୱାଇଁ ପ୍ରମୁଖ ପତକା ଦେଖାଇ ଦୌଡ଼ର ଶୁଭାରମ୍ଭ କରିବେ।
ଅନ୍ୟ ପକ୍ଷରେ ଭୁବନେଶ୍ୱର ସୈନିକସ୍କୁଲର ୫୩ତମ ବାର୍ଷିକ ବନ୍ଧୁ ମିଳନ ଡିସେମ୍ବର ୨୨ ତାରିଖରେ ସ୍କୁଲ ପ୍ରାଙ୍ଗଣରେ ଅନୁଷ୍ଠିତ ହେବ। ଏଥିରେ ଭାରତୀୟ ପ୍ରତିରକ୍ଷା ବାହିନୀ, ଭାରତୀୟ ପ୍ରଶାସନିକ ସେବା, ଡାକ୍ତର, ବହୁ ରାଷ୍ଟ୍ରୀୟ ପବ୍ଲିକ୍ ସେକ୍ଟର କମ୍ପାନୀ, ଭାରତ ଏବଂ ବିଦେଶର ବିଭିନ୍ନ ସଂସ୍ଥାରେ କାର୍ଯ୍ୟରତ ପୁରାତନ ଛାତ୍ର ଯୋଗଦାନ କରିବେ।
Comments are closed.