Latest Odisha News

BREAKING NEWS

ଉଦ୍ଧବ ଠାକରେ ଅଯୋଧ୍ୟା ନ ଆସନ୍ତୁ: ସାଧୁ, ସନ୍ଥ ଓ ଭିଏଚପିର ଚେତାବନୀ

ଅଯୋଧ୍ୟା: କଙ୍ଗନା ରାନାୱତଙ୍କୁ ଶୁକ୍ରବାର ଅଯୋଧ୍ୟାର ସାଧୁ ସନ୍ଥଙ୍କ ସମର୍ଥନ ମିଳିଛି । ଏପରି କି ସେମାନେ ମହାରାଷ୍ଟ୍ର ମୂଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ଅଯୋଧ୍ୟା ନ ଆସିବା ପାଇଁ ଚେତାବନୀ ଦେଇଛନ୍ତି । ଏଠାରେ ତାଙ୍କୁ ସ୍ୱାଗତ କରାଯିବ ନାହିଁ, ଖୋଲାଖୋଲି ଭାବେ ବିରୋଧ କରାଯିବ ବୋଲି ଅଖିଳ ଭାରତୀୟ ଆଖଡା ପରିଷଦ ଅଧ୍ୟକ୍ଷ ମହନ୍ତ ନରେନ୍ଦ୍ର ଗିରି କହିଛନ୍ତି । ଏଥିରେ ବିଶ୍ୱ ହିନ୍ଦୁ ପରିଷଦ ମଧ୍ୟ ତାଙ୍କୁ ସମର୍ଥନ କରିଛନ୍ତି । କଙ୍ଗନା ଭାରତର ଝିଅ, ବିଏମସି ତାଙ୍କ ଅଫିସ ଭାଙ୍ଗି ଭଲ କାର୍ଯ୍ୟ କରି ନାହିଁ ।

ପାଲଘର ସାଧୁଙ୍କୁ ହତ୍ୟା କରାଯିବା ଘଟଣାରେ ଏବେ ବି ମହାରାଷ୍ଟ୍ର ସରକାର ନୀରବ ରହିଛି । ଅଥଚ କଙ୍ଗନାଙ୍କ ବିରୋଧରେ ସଙ୍ଗେ ସଙ୍ଗେ କାର୍ଯାନୁଷ୍ଠାନ ଗ୍ରହଣ କରାଯାଉଛି । ସୁଶାନ୍ତ ସିଂ ରାଜପୁତ କେସରେ କଙ୍ଗନା ଯେଉଁ ଲଢ଼େଇ ଲଢ଼ୁଛନ୍ତି ସେଥିରେ ସମଗ୍ର ଭାରତବାସୀ ଏକତ୍ର ହୋଇଛନ୍ତି ବୋଲି ଗିରି କହିଛନ୍ତି ।

Comments are closed.