ଶ୍ରୀନଗର: ଜମ୍ମୁ-କଶ୍ମୀରରେ ମଙ୍ଗଳବାର ଗୁପକାର ମେଂଟକୁ ଶକ୍ତ ଧକ୍କା ଲାଗିଛି । ପିପୁଲ୍ସ କନଫେରେନ୍ସର ସାଜଦ ଲୋନ ଏଥିରୁ ଓହରି ଯାଇଛନ୍ତି । ଫଳରେ ମେଂଟକୁ ଶକ୍ତ ଧକ୍କା ଲାଗିଛି । ଡିଡିସି ନିର୍ବାଚନରେ ତାଙ୍କ ଦଳର ପ୍ରାର୍ଥୀ ବିରୋଧରେ ଗୁପକାର ମେଂଟ ଚ୍ଛାୟା ପ୍ରାର୍ଥୀ ଦେଇଥିବା ନେଇ ସେ ଅଭିଯୋଗ କରିଛନ୍ତି ।
ସହଯୋଗୀଙ୍କ ମଧ୍ୟରେ ହୋଇଥିବା ବୁଝାମଣା ଭଙ୍ଗା ଯାଇଛି । ଦଳର ଅନେକ ସଦ୍ୟ ଏଥିରୁ ଓହରିଯିବା ନେଇ ଚିନ୍ତା କରୁଛନ୍ତି । ସେଥିପାଇଁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି । କିଛି ନିର୍ଦ୍ଦିଷ୍ଟ ବ୍ୟକ୍ତି ମେଂଟକୁ ନିଜର ବୋଲି ଭାବୁଛନ୍ତି । ଏହା ହେଲେ ରହିବା ସମ୍ଭବପର ନୁହେଁ ବୋଲି ସେ କହିଛନ୍ତି ।
Comments are closed.