Latest Odisha News

BREAKING NEWS

ଅଭିନେତା ସାଜିଦ ଖାଁ ଭିଡିଓ ଶେୟାର କରି ସ୍ପଷ୍ଟ କଲେ ଯେ, ସେ ଜୀବୀତ ଅଛନ୍ତି

ମୁମ୍ବାଇ: ବଲିଉଡ ଅଭିନେତା ତଥା ଫିଲ୍ମମେକର ସାଜିଦ ଖାଁ ସୋସିଆଲ ମିଡିଆରେ ଏକ ଭିଡିଓ ଶେୟାର କରି ଜୀବୀତ ଅଛନ୍ତି ବୋଲି କହିଛନ୍ତି । ପ୍ରକୃତରେ ୭୦ ବର୍ଷୀୟ ସାଜିଦ ଖାଁ ନାମକ ଅନ୍ୟ ଜଣେ ଅଭିନେତା କର୍କଟ ରୋଗରେ ଆକ୍ରାନ୍ତ ହେବା ପରେ ମୃତ୍ୟୁବରଣ କରିଥିଲେ । ସେ ମଦର ଇଣ୍ଡିଆରେ ବାଳ କଳାକାର ଭାବେ କାର୍ଯ୍ୟ କରିଥିଲେ । ମାତ୍ର କମେଡିଆନ ତଥା ଫିଲ୍ମମେକର ସାଜିଦ ଖାଁ ମୃତ୍ୟୁବରଣ କରିଥିବା ପ୍ରଶଂସକମାନେ ଭାବି ନେଇଥିଲେ । ସେ ଲେଖିଛନ୍ତି, ଯାହାଙ୍କର ମୃତ୍ୟୁ ଘଟିଲା ସେ ମୋଠାରୁ ୨୦ ବର୍ଷ ଆଗରେ ଜନ୍ମ ଗ୍ରହଣ କରିଥିଲେ । ମୁଁ ଜୀବୀତ ଏବଂ ସୁସ୍ଥ ଅଛନ୍ତି ।

ତେବେ ମୋ ମୃତ୍ୟୁଖବର ନେଇ ଯେଉଁମାନେ ଏହାର ସତ୍ୟତା ଜାଣିବା ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି ସେମାନଙ୍କୁ ମୁଁ ଧନ୍ୟବାଦ ଜଣାଉଛି । ସାଜିଦ ଇନଷ୍ଟାଗ୍ରାମରେ ଏହି ଭିଡିଓ ଶେୟାର କରିବା ପରେ ଏହି ଗୁଜବ ଶାନ୍ତ ପଡିଛି । ଫିଲ୍ମ ପ୍ରଶଂସକମାନେ ମୃତ୍ୟୁବରଣ କରିଥିବା ସାଜିଦଙ୍କ ଆତ୍ମାର ସଦଗତି ନେଇ କାମନା କରିଛନ୍ତି ।

Leave A Reply

Your email address will not be published.