ନୂଆଦିଲ୍ଲୀ: ବିଭିନ୍ନ ସମୟରେ ନିଜର ବୟାନକୁ ନେଇ ଚର୍ଚ୍ଚାର ରହିଥିବା ବିଜେପି ସାଂସଦ ସାକ୍ଷୀ ମହାରାଜ ପୁଣି ଚର୍ଚ୍ଚାରେ। ତାଙ୍କ ଆକାଉଣ୍ଟରୁ ୯୭ ଲକ୍ଷ ଟଙ୍କା ଗାଏବ୍ ହୋଇଥିବା ହୋଇଥିବା ଅଭିଯୋଗ ହୋଇଛି। ଏହି ଟଙ୍କା ଲୁଟିଥିବା ଅଭିଯୋଗରେ ଦିଲ୍ଲୀ ପୁଲିସ ୨ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।
ନକଲି ଚେକ୍ ବ୍ୟବହାର କରି ବିହାରର ଦୀନେଶ ରାୟ ଓ ନିହାଲ ସିହ୍ନା ନାମକ ୨ ଯୁବକ ସାକ୍ଷୀ ମହାରାଜଙ୍କ ଆକାଉଣ୍ଟରୁ ଟଙ୍କା ଉଠାଇ ନେଇଥିଲେ। ଏ ନେଇ ସଂସଦ ମାର୍ଗ ଥାନାରେ ମାମଲା ରୁଜ୍ଜୁ ହୋଇଥିଲା। ଦିଲ୍ଲୀ ପୁଲିସ ତଦନ୍ତ କରି ଉଭୟଙ୍କୁ ଗିରଫ କରିଛି। ଅସଲି ଚେକ୍ ସାକ୍ଷୀ ମହାରାଜଙ୍କ ପାଖରେ ଥିବା ବେଳେ ଏମାନେ ତାର ନକଲ କରିବାର ସକ୍ଷମ ହୋଇଥିଲେ। ଏପରିକି ସାକ୍ଷୀ ମହାରାଜଙ୍କ ଦସ୍ତଖତ ବି ନକଲି ଥିଲା। ପ୍ରଥମେ ନିହାଲ ସିହ୍ନା ଧରାପଡ଼ିବା ପରେ ତା’ର ସୂଚନାକୁ ଆଧାର କରି ରାକେଟର ମୁଖ୍ୟ ଦୀନେଶ ରାୟକୁ ଗିରଫ କରାଯାଇଥିଲା। ଦୀନେଶ ଓ ନିହାଲ ଏପରି ଏକାଧିକ ଠକେଇ କରିଥିବା ପୁଲିସ କହିଛି।
Comments are closed.