Latest Odisha News

BREAKING NEWS

ଆଇସିସି କମିଟି ନକଲେ କର୍ତ୍ତୃପକ୍ଷଙ୍କ ଦରମା ବନ୍ଦ ହେବ

ଭୁବନେଶ୍ୱର: ICC କମିଟି ନକଲେ କଲେଜ କର୍ତ୍ତୃପକ୍ଷଙ୍କ ଦରମା ବନ୍ଦ ହେବ। ସୂଚନା ଦେଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ମାସେ ଭିତରେ ସବୁ କଲେଜରେ ICC କମିଟି କରିବାକୁ ଟାର୍ଗେଟ ରଖାଯାଇଛି। ଯେଉଁମାନେ ଭୁଲ୍ ଅଭିଯୋଗ କରୁଛନ୍ତି ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେବ।

ଆଇସିସି କମିଟି ନାହିଁ ତ ଦରମା ନାହିଁ ବୋଲି ସରକାର କହିଛନ୍ତି। ଯେଉଁମାନେ ଭୁଲ୍ ଅଭିଯୋଗ କରୁଛନ୍ତି, ‌ପିଓଏସଏଚ ଆକ୍ଟ ଅନୁସାରେ ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ। ଏହି ଆକ୍ଟ ବାବଦରେ ଲୋକସେବା ଭବନରୁ ଆରମ୍ଭ ହୋଇଥିବା ସଚେତନତା କାର୍ଯ୍ୟକ୍ରମ ଆଗକୁ ବ୍ଲକ୍ ସ୍ତରରେ ମଧ୍ୟ ହେବ ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି।

Comments are closed.