Latest Odisha News

BREAKING NEWS

ବିଧାନସଭା ସାମ୍ନାରେ ପୋଲିସ-ବସ୍ତିବାସିନ୍ଦା ଧସ୍ତାଧସ୍ତି, ଜଙ୍ଗଲ ଅଧିକାର ଆଇନ ଲାଗୁ କରିବାକୁ ଦାବି

ଭୁବନେଶ୍ଵର: ରାଜସ୍ଵ ଜମିପଟା ପ୍ରଦାନ ଦାବିରେ ତେଜିଲା ବିଦ୍ରୋହ । ବିଧାନସଭା ସମ୍ମୁଖରେ ପୋଲିସ-ସାଲିଆ ସାହି ବସ୍ତିବାସିନ୍ଦା ଧସ୍ତାଧସ୍ତି । ଜଙ୍ଗଲ ଜମିର ରାଜସ୍ଵ ଜମିପଟ୍ଟା ପ୍ରଦାନ ଦାବିରେ ଆନ୍ଦୋଳନକୁ ଓହ୍ଲେଇଛନ୍ତି ବସ୍ତିବାସିନ୍ଦା । ସାଲିଆ ସାହିକୁ ସର୍ଭେରୁ ବାଦ୍ ଦିଆଯାଇଥିବାରୁ ଏବଂ ୨ଶହ ଫୁଟିଆ ରାସ୍ତା ତିଆରିକୁ ବିରୋଧ କରି ବସ୍ତିବାସିନ୍ଦାଙ୍କ ପ୍ରତିବାଦ ।

ବିଧାନସଭା ଯିବା ବାଟରେ ପୋଲିସ ଅଟକାଇଥିବାରୁ ବିଜୁ ପଟ୍ଟନାୟକ ଛକରେ ପୋଲିସ-ବସ୍ତିବାସିନ୍ଦା ଧସ୍ତାଧସ୍ତି ହୋଇଛନ୍ତି । ସେପଟେ ଏକାମ୍ର କାନନରୁ ଜୟଦେବ ବିହାର ରାସ୍ତା ମଧ୍ୟ ଅବରୋଧ କରିଛନ୍ତି ବସ୍ତିବାସିନ୍ଦା । ଭୁବନେଶ୍ୱରର ସମସ୍ତ ବସ୍ତିକୁ ସର୍ଭେ କରାଯାଇ ଜମି ଅଧିକାର ଦିଆଯାଉଥିବା ବେଳେ ସାଲିଆ ସାହିରେ ସର୍ଭେ କରାଯାଇ ନାହିଁ । ସେପଟେ ବସ୍ତି ଭିତରେ ୨ଶହ ଫୁଟର ରାସ୍ତା ନାମରେ ସର୍ଭେ କରାଯାଉଛି । ଏହାକୁ ତୀବ୍ର ବିରୋଧ କରିଛନ୍ତି ବସ୍ତିବାସିନ୍ଦା । ସାଲିଆସାହି ବସ୍ତିକୁ ୬ଶହ ବର୍ଗ ଫୁଟର ଜମିପଟ୍ଟା ପ୍ରଦାନ ସହ ଜଙ୍ଗଲ ଅଧିକାର ଆଇନ ଲାଗୁ କରିବା ଓ ଦାବି ୨ଶହ ଫୁଟିଆ ରାସ୍ତା ତିଆରିକୁ ବିରୋଧ କରି ଆଜି ରାଜରାସ୍ତାକୁ ଓହ୍ଲାଇଛନ୍ତି ବସ୍ତିବାସିନ୍ଦା ।

 

Leave A Reply

Your email address will not be published.