Latest Odisha News

BREAKING NEWS

‘ରାଧେ’ ଏକ ଚମତ୍କାର ଚଳଚ୍ଚିତ୍ର ନୁହେଁ; ସଲିମ୍‌ ଖାନ୍‌

ନୂଆଦିଲ୍ଲୀ: ନିକଟରେ ସଲ୍‌ମାନ ଖାନ୍‌ଙ୍କ ଅଭିନୀତ ଚଳଚ୍ଚିତ୍ର ‘ରାଧେ’ ରିଲିଜ ହୋଇଛି। ତେବେ ଆଇଏମ୍‌ଡିବି ପକ୍ଷରୁ ରାଧେକୁ ବେଶ୍‌ ଖରାପ ରେଟିଂ ମଧ୍ୟ ମିଳିଛି। ଏହା ଭିତରେ ସଲ୍‌ମାନଙ୍କ ଏହି ଫିଲ୍ମକୁ ନେଇ ଅନେକ ବିବାଦ ମଧ୍ୟ ଦେଖାଦେଲାଣି।

ତେବେ ଭାଇଜାନ୍‌ଙ୍କ ଏହି ଫିଲ୍ମକୁ ନେଇ ସଲିମ୍‌ ଖାନ ତଥା ସଲ୍‌ମାନଙ୍କ ପିତା କଣ କହିଲେ ଜାଣିଛନ୍ତି କି? ସଲମାନ ଖାନଙ୍କ ପିତା, ସ୍କ୍ରିପ୍ଟ ରାଇଟର୍‌ ତଥା ଚଳଚ୍ଚିତ୍ର ନିର୍ମାତା ସଲିମ ଖାନ ଏକ ସାକ୍ଷାତକାରରେ କହିଛନ୍ତି ଯେ ‘ରାଧେ’, ‘ଏକ ମହାନ ଚଳଚ୍ଚିତ୍ର ନୁହେଁ’।

‘ରାଧେ’,ରେ ସଲମାନ ଖାନ ଜଣେ ପୋଲିସ ଅଧିକାରୀ ଭୂମିକାରେ ଅଭିନୟ କରିଥିଲେ।

Comments are closed.