Latest Odisha News

BREAKING NEWS

ସାମ୍ବାଦିକଙ୍କ ଠାରୁ ଫୋନ ଛଡ଼ାଇବା ମାମଲାରେ ସଲମାନଙ୍କୁ ହେବନି ସମନ

ଅନ୍ଧେରୀ କୋର୍ଟରେ ହାଜର ହେବାକୁ ମିଳିଥିଲା ସମନ

ମୁମ୍ବାଇ: ବଲିଉଡ ଅଭିନେତା ସବୁବେଳେ କିଛି କିଛି ମାମଲାରେ ଫସୁଛନ୍ତି । ୨୦୧୯ର ଏକ ମାମଲାରେ ତାଙ୍କୁ ଆଜି ମୁମ୍ବାଇ ହାଇକୋର୍ଟରୁ ମିଳିଛି ଆଶ୍ୱସ୍ତି । ଜଣେ ସାମ୍ବାଦିକଙ୍କ ଫୋନ ଛଡେଇବା ଘଟଣାରେ ତାଙ୍କୁ ଅନେ୍ଧରୀ କୋର୍ଟ ସମନ ଜାରି କରିଥିଲେ । ଆଜି ଅନେ୍ଧରୀ କୋର୍ଟରେ ତାଙ୍କୁ ହାଜର ହେବା ଲାଗି ସମନ ଜାରି ହୋଇଥିଲା ।

କିନ୍ତୁ ସଲମାନ ଏହା ବିରୋଧରେ ମୁମ୍ବାଇ ହାଇକୋର୍ଟରେ ମାମଲା ରୁଜୁ କରିଥିଲେ । ସମନ ରଦ୍ଧ କରିବା ସହ ଏଫଆଇଆର ଉଚ୍ଛେଦ କରିବାକୁ ଅନୁରୋଧ କରିଥିଲେ । ହାଇକୋର୍ଟ ଏହି ପିଟିସନର ଶୁଣାଣି କରି ସଲମାନଙ୍କୁ ଆଶ୍ୱସ୍ତି ଦେଇଛନ୍ତି । ଅନେ୍ଧରୀ ହାଇକୋର୍ଟର ସମନ ନୋଟିସକୁ ହାଇକୋର୍ଟ ରଦ୍ଧ କରିଦେଇଛନ୍ତି । ଏବେ ସଲମାନଙ୍କୁ ଆଉ ଅନେ୍ଧରୀ କୋର୍ଟରେ ହାଜର ହେବାକୁ ପଡ଼ିବନି ।

ଘଟଣାଟି ୨୦୧୯ ମସିହା ଏପ୍ରିଲ ମାସର । ସଲମାନ ତାଙ୍କ ଅଙ୍ଗରକ୍ଷୀ ନୱାଜ ସେଫଙ୍କ ସହ ସକାଳୁ ସାଇକେଲରେ ବୁଲୁଥିଲେ । ଏହି ସମୟରେ ଜଣେ ସାମ୍ବାଦିକ ସଲମାନଙ୍କ ଭିଡିଓ ଉତ୍ତୋଳନ କରୁଥିଲେ । ସଲମାନ ଏହା ଦେଖି ହଠାତ୍ ଉତକ୍ଷିପ୍ତ ହୋଇଗଲେ । ଆଉ ସାମ୍ବାଦିକଙ୍କୁ ଗାଳି କରି ତାଙ୍କ ଫୋନ ଛଡେଇବାକୁ ଉଦ୍ୟମ କରିଥିଲେ । ସଲମାନଙ୍କ ଅଙ୍ଗରକ୍ଷୀ ସାମ୍ବାଦିକଙ୍କ ସହ ଜବରଦସ୍ତି କରିଥିବା କଥା ଏତଲାରେ ଉଲ୍ଲେଖ ହୋଇଥିଲା ।

Leave A Reply

Your email address will not be published.