Latest Odisha News

BREAKING NEWS

କୋହଲି ଭାବୁଥିଲେ କୁମ୍ବଲେଙ୍କ ଅତି ଅନୁଶାସନ ଯୁବ ଖେଳାଳିଙ୍କୁ ଭୟଭୀତ କରାଇବ !

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟର ମହାନ ଲେଗ ସ୍ପିନର ଅନୀଲ କୁମ୍ବଲେ ଓ ପୂର୍ବତନ ଅଧିନାୟକ ବିରାଟ କୋହଲିଙ୍କ ମଧ୍ୟରେ ଭଲ ପଡୁ ନ ଥିଲା ବୋଲି ସର୍ବଦା ଆଲୋଚନା ହୋଇଥାଏ । ବୁଧବାର ବିସିସିଆଇ ଅଧିକାରୀ ବିନୋଦ ରାୟ ତାଙ୍କ ପୁସ୍ତକ ନଟ ଜଷ୍ଟ ଏ ନାଇଟ ୱାଚମ୍ୟାନ ମାଇ ଇନିଂଗସ ଇନ ଦି ବିିସିସିଆଇରେ ଏ ନେଇ ନୂତନ ଖୁଲାସା କରିଛନ୍ତି । ସେ ଲେଖିଛନ୍ତି କୁମ୍ବଲେ କୋଚ ଥିବା ବେଳେ କୋହଲି ଏତେ ଖୁସି ନ ଥିଲେ । କୁମ୍ବଲେଙ୍କ କଠୋର ଅନୁଶାସନ ଯୁବ ଖେଳାଳିମାନଙ୍କ ମନରେ ଭୟ ସୃଷ୍ଟି କରାଇବ ବୋଲି ସେ କହିଥିଲେ ।

ସେହିପରି କୋହଲିଙ୍କୁ ବୋର୍ଡ ଅତ୍ୟଧିକ ଗୁରୁତ୍ୱ ଦେଉଥିବାରୁ କୁମ୍ବଲେ ଖୁସି ନ ଥିଲେ । ୱେଷ୍ଟଇଣ୍ଡିଜ ଗସ୍ତରେ ଏବଂ ଚାମ୍ପିୟନ୍ସ ଟ୍ରଫିରେ ଭାରତ ଭଲ ପ୍ରଦର୍ଶନ କରିଥିଲେ ମଧ୍ୟ କୋହଲିଙ୍କ ସହ ଅସ୍ଥିର ସମ୍ବନ୍ଧର କାରଣ ଦର୍ଶାଇ କୁମ୍ବଲେ ପଦରୁ ଇସ୍ତଫା ଦେଇଥିଲେ ।

Leave A Reply

Your email address will not be published.