ମୁମ୍ବାଇ: ବଲିଉଡର ଦୁଇ ସୁପରଷ୍ଟାର୍ ଖାନ, ଶାହରୁଖ ଓ ସଲମାନ । ପୁଣିଥରେ ଅନ୍ସ୍କ୍ରିନ୍ରେ ଏକାଠି ନଜର ଆସିବେ । ଆଉ ତା ପୁଣି କୌଣସି ରିୟାଲିଟି ସୋ କିମ୍ବା ସିରିଜରେ ନୁହେଁ । ଶାହରୁଖଙ୍କ ବହୁ ପ୍ରତିକ୍ଷୀତ ଫିଲ୍ମ ପଠାନ୍ରେ ସଲ୍ଲୁମିଆଁଙ୍କୁ ଦେଖିବାକୁ ମିଳିବ ।
ରିପୋର୍ଟ ଯଦି ସତ ହୁଏ, ଶାହରୁଖଙ୍କ ଫିଲ୍ମ ପଠାନ୍ରେ ଦୁହେଁ ଏକାଠି ଅନ୍ସ୍କ୍ରିନ୍ ସେୟାର କରିବେ । ଏହି ଫିଲ୍ମ ଜରିଆରେ କିଙ୍ଗଖାନ୍ ବହୁଦିନର ବ୍ୟବଧାନ ପରେ ବଡପରଦାକୁ କମ୍ବ୍ୟାକ୍ କରୁଛନ୍ତି । ଯେଉଁଥିରେ ଜନ୍ ଆବ୍ରାହାମ୍ ଭିଲେନ୍ ଓ ଦୀପିକା ଫିମେଲ ଲିଡ୍ ରୋଲ୍ରେ ନଜର ଆସିବେ । ତେବେ ଫିଲ୍ମ ପଠାନ୍ରେ ସଲମାନଙ୍କ ସଂପୃକ୍ତି ଖବର ସାମ୍ନାକୁ ଆସିବା ପରେ ଏବେ ଚର୍ଚ୍ଚା ଜୋର ଧରିଛି ।
ଶେଷଥର ପାଇଁ ସଲମାନଙ୍କୁ କିଙ୍ଗଖାନଙ୍କ ଫିଲ୍ମ ଜିରୋରେ କ୍ୟାମିଓ ରୋଲ୍ରେ ଦେଖିବାକୁ ମିଳିଥିଲା । ଆଉ ଏବେ ଶୁଣିବାକୁ ମିଳିଛି ଫିଲ୍ମ ପଠାନ୍ରେ ବି କୁଆଡେ ସଲମାନ ପୁଣିଥରେ କ୍ୟାମିଓ ରୋଲ୍ରେ ନଜର ଆସିବେ । ତେବେ ପୂର୍ବରୁ ବି ଶାହରୁଖଙ୍କ ଫିଲ୍ମ କୁଛ କୁଛ ହୋତା ହୈ ଓ ଓମ୍ ଶାନ୍ତି ଓମ୍ରେ ସଲମାନଙ୍କୁ ସ୍ପେଶାଲ ଆପିରିୟନ୍ସରେ ଦେଖିବାକୁ ମିଳିଥିଲା । ସେହିଭଳି ହର୍ ଦିଲ୍ ଜୋ ପ୍ୟାର୍ କରେଗା ଓ ଟ୍ୟୁବ୍ଲାଇଟ୍ ଫିଲ୍ମରେ ଅଭିନୟ କରି ସଲମାନଙ୍କ ଋଣ ସୁଝିଥିଲେ ଶାହରୁଖ । ଅନ୍ୟପଟେ ନଭେମ୍ବର ଶେଷ ସୁଦ୍ଧା ଫିଲ୍ମ ପଠାନର ସୁଟିଂ ଆରମ୍ଭ ହେବାକୁ ଥିବାବେଳେ ୨୦୨୧ରେ ରିଲିଜ୍ ହେବାର ସମ୍ଭାବନା ରହିଛି ।
Comments are closed.