Latest Odisha News

BREAKING NEWS

ପୁଣି ଏକ ବୁଲେଟ୍ ପ୍ରୁଫ୍ କାର୍ କିଣିଲେ ସଲମାନ ଖାନ୍, କଣ ରହିଛି ଏହାର ବିଶେଷତା ?

ମୁମ୍ବାଇ: ବଲିଉଡ ସୁପରଷ୍ଟାର ସଲମାନ ଖାନ ଅନେକ ଦିନରୁ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ଟାର୍ଗେଟରେ ଅଛନ୍ତି। ବାବା ସିଦ୍ଧିକିଙ୍କ ହତ୍ୟା ପରେ ସଲମାନଙ୍କୁ ଲଗାତାର ଜୀବନରୁ ମାରିଦେବାର ମିଳୁଛି ଧମକ। ଯାହାପରେ ତାଙ୍କର ସିକ୍ୟୁରିଟିକୁ ଆହୁରି ବଢାଯାଇଛି। ସଲମାନ ଖାନଙ୍କ ନିକଟରେ ପୂର୍ବରୁ ଏକ ବୁଲେଟ ପ୍ରୁଫ୍ କାର ଥାଇ ସୁଦ୍ଧା ସେ ପୁଣିଥରେ ଆଉ ଏକ ବୁଲେଟପ୍ରୁଫ ନିସାନ ପାଟ୍ରୋଲ ଏସୟୁଭି କିଣିଥିବା ସୂଚନା ମିଳିଛି।

ଏହା ଏକ ପେଟ୍ରୋଲ ଭର୍ସନ କାର୍‌। ସୂଚନାଯୋଗ୍ୟ ଯେ ସଲମାନ ଖାନ ଏହି କାରକୁ ବିଦେଶରୁ ଆଣିଛନ୍ତି, କାରଣ ଏହି କାର ଭାରତରେ ଉପଲବ୍ଧ ନାହିଁ। ଏହି କାର ଦୁବାଇରୁ ଭାରତକୁ ଇମ୍ପେର୍ଟେ ହେବ। ସୁରକ୍ଷା ଦୃଷ୍ଟିରୁ ଏହି କାର ବହୁତ ଭଲ ଅଟେ। ଏହି କାରଟି ଏକ ବିସ୍ଫୋରକ ଆଲର୍ଟ ସୂଚକ ବା ଏକ୍ସପ୍ଲୋସିଭ ଆଲର୍ଟ ଇଣ୍ଡିକେଟର ଲଗାଯାଇଛି। ଏହି କାରର ଗ୍ଲାସ ସିଲ୍ଡ ବହୁତ ଶକ୍ତିଶାଳୀ। ଗୁଳିକୁ ସାମ୍ନା କରିବା ପାଇଁ କାର୍‌ ଗ୍ଲାସ ଡିଜାଇନ କରାଯାଇଛି। ଏହାର ମୂଲ୍ୟ ୨ କୋଟି ଟଙ୍କା ବୋଲି କୁହାଯାଉଛି।

ଇଣ୍ଡିଆ ଟୁଡେ ରିପୋର୍ଟ ଅନୁଯାୟୀ, ଗୁରୁବାର ରାତିରେ ଅର୍ଥାତ୍‌ ଅକ୍ଟୋବର ୧୭ ସଲମାନ ଖାନ ବିଗ ବସ ୧୮ର ସେଟରେ ପହଞ୍ଚିଥିଲେ। ଏକ ସୂତ୍ରରୁ ଜଣାପଡିଛି ଯେ ସଲମାନ ଖାନଙ୍କ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡାକଡି କରାଯାଇଛି। ବାବା ସିଦ୍ଦିକୀଙ୍କ ହତ୍ୟା ପରେ ସେ ପ୍ରଥମ ଥର ପାଇଁ ବିଗ ବସ ସେଟ୍‌ରେ ପହଞ୍ଚିଥିଲେ। ସେଠାରେ ସେ ‘ୱିକେଣ୍ଡ କା ୱାର’ର ସୁଟିଂ ପୂରା କରିଥିବା ସୂଚନା ମିଳିଛି। ଏହି ସମୟରେ ସେଟରେ ସଲମାନଙ୍କ ସୁରକ୍ଷା ପାଇଁ ୬୦ ଗାର୍ଡସଙ୍କୁ ନେଇ ଆଲର୍ଟ ରଖାଯାଇଥିଲା।

୧୮ ଅକ୍ଟୋବରର ସକାଳେ ମଧ୍ୟ ସଲମାନଙ୍କୁ ବିଷ୍ଣୋଇ ଗ୍ୟାଙ୍ଗ ପକ୍ଷରୁ ପୁଣିଥରେ ଜୀବନରୁ ମରିବାର ଧମକ ମିଳିଥିଲା, ହେଲେ ଏହା ସତ୍ତ୍ୱେ ସେ ନିଜ କାମ ଜାରି ରଖିଛନ୍ତି। ପ୍ରକାଶ ଥାଉକି, ଲରେନ୍ସ ବିଷ୍ଣୋଇ ଏବଂ ସଲମାନ ଖାନଙ୍କ ମଧ୍ୟରେ ଶତ୍ରୁତା ବହୁତ ପୁରୁଣା । ଏହି ଗ୍ୟାଙ୍ଗ ସଲମାନଙ୍କୁ ବାରମ୍ବାର ହତ୍ୟା କରିବାକୁ ଧମକ ଦେଇଥାଏ । କିଛି ମାସ ପୂର୍ବେ ଲରେନ୍ସ ଗ୍ୟାଙ୍ଗ ତାଙ୍କ ଘର ବାହାରେ ଗୁଳି ଚଳାଇଥିଲେ। ବାବା ସିଦ୍ଦିକିଙ୍କ ହତ୍ୟା ମଧ୍ୟ ସଲମାନଙ୍କ ସହ ଜଡିତ ଅଛି। ବାବା ସିଦ୍ଦିକି ସଲମାନ ଖାନଙ୍କର ଜଣେ ଭଲ ବନ୍ଧୁ ଥିଲେ। ସଲମାନ ଖାନ ବିଷ୍ଣୋଇ ଗ୍ୟାଙ୍ଗର ଟାର୍ଗେଟ ହୋଇସାରିଛନ୍ତି। ବାବା ସିଦ୍ଦିକିଙ୍କ ହତ୍ୟା ପରେ କୁହାଯାଉଛି ଯେ ଲରେନ୍ସ ଗ୍ୟାଙ୍ଗ ବାବା ସିଦ୍ଦିକିଙ୍କୁ ହତ୍ୟା କରିଛନ୍ତି। ବାବା ସିଦ୍ଦିକିଙ୍କ ହତ୍ୟା ପରେ ସଲମାନ ଖାନଙ୍କ ଘର ବାହାରେ ସୁରକ୍ଷା ବୃଦ୍ଧି କରାଯାଇଛି ।

Leave A Reply

Your email address will not be published.