Latest Odisha News

BREAKING NEWS

ସଲ୍‌ମାନଙ୍କ ‘ଟାଇଗର୍‌ ୩’ ପୂର୍ବରୁ ରିଲିଜ କରିବ ଶାହାରୁଖ୍‌ଙ୍କ ‘ପଠାନ’

ମୁମ୍ବାଇ: ଶାହରୁଖ ଖାନଙ୍କ ପ୍ରଶଂସକମାନେ ତାଙ୍କ ୫୬ ତମ ଜନ୍ମଦିନରେ ସଲମାନ ଖାନ ପ୍ରକାଶ କରିଛନ୍ତି ଯେ ଶାହାରୁଖ୍‌ଙ୍କ ବହୁ ପ୍ରତିକ୍ଷୀତ ଚଳଚ୍ଚିତ୍ର ‘ପଠାନ’ ଫିଲ୍ମ ଟାଇଗର ୩ ପୂର୍ବରୁ ମୁକ୍ତିଲାଭ କରିବ। ତେବେ ଆଜି ବଲିଉଡ୍‌ର ଭାଇଜାନଙ୍କ ଜନ୍ମଦିନ। ଜନ୍ମଦିନ ପୂର୍ବରୁ ଗତକାଲି ତାଙ୍କ ପାନଭେଲ ଫାର୍ମହାଉସ ତାଙ୍କୁ ସାପ କାମୁଡିଥିବା ସୂଚନା ମିଳିଥିଲା। ଯେଉଁଥିପାଇଁ ତାଙ୍କୁ  ହସ୍ପିଟାଲରେ ଭର୍ତ୍ତି କରିବାକୁ ପଡ଼ିଥିଲା। ସେଠାରେ ୬ ଘଣ୍ଟା କାଳ ତାଙ୍କର ଚିକିତ୍ସା ହୋଇଥିଲା।

ଏକ ସାକ୍ଷାତକାରରେ ସଲମାନ କହିଛନ୍ତି ଯେ ଶାହରୁଖ ଖାନଙ୍କ ପଠାନ ଟାଇଗର ୩ ପୂର୍ବରୁ ମୁକ୍ତିଲାଭ କରିବ। ସଲମାନଙ୍କ ଟାଇଗର ୩ ରେ ଶାହାରୁଖ୍‌ ଏକ ବିଶେଷ ଭୂମିକାରେ ଅଭିନୟ କରି ଥିବାବେଳେ ସଲମାନ ମଧ୍ୟ ଶାହାରୁଖ୍‌ଙ୍କ ପଠାନରେ ଏକ ବିଶେଷ ଭୂମିକାରେ ନଜର ଆସିବେ।

Leave A Reply

Your email address will not be published.