Latest Odisha News

BREAKING NEWS

କପଡ଼ା ଦୋକାନରେ ଭୟାବହ ଅଗ୍ନିକାଣ୍ଡ, ୧୦ଲକ୍ଷରୁ ଅଧିକ ଟଙ୍କାର ସମ୍ପତ୍ତି ନଷ୍ଟ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା ବୀରମିତ୍ରପୁରଠାରେ ଲୁଗା ଦୋକାନରେ ଭୟାବହ ଅଗ୍ନିକାଣ୍ଡ । ଗାନ୍ଧୀ ରୋଡ଼ରେ ଥିବା କପଡ଼ା ଦୋକାନରେ ଗତକାଲି ରାତି ୧୧ଟା ପରେ ଅଗ୍ନିକାଣ୍ଡ ହୋଇଥିବା ଜଣାପଡ଼ିଛି । ଏଥିରେ ଲକ୍ଷାଧିକ ଟଙ୍କା ସମ୍ପତ୍ତିର ସାମଗ୍ରୀ ଜଳିପୋଡ଼ି ନଷ୍ଟ ହୋଇଯାଇଛି । ଦୋକାନ ସମେତ ଗୋଦାମରେ ମଧ୍ୟ ନିଆଁ ଲାଗିଯାଇଥିଲା । ନିଆଁ ଭୟାବହତା ଅଧିକ ଥିବାରୁ ଚାହୁଁ ଚାହୁଁ ଦୋକାନ ସହ ଗୋଦାମରେ ଥିବା କପଡ଼ାରେ ଜଳି ଯାଇଥିଲା ।

ଗାନ୍ଧୀରୋଡ଼ର ମଧ୍ୟ ଭାଗରେ ଲୁଗା ଦୋକାନ ଥିବାରୁ ଲୋକଙ୍କ ପ୍ରବଳ ଭିଡ଼ ଜମିଥିଲା । ଏଥିରେ ୧୦ଲକ୍ଷରୁ ଅଧିକ ଟଙ୍କାର ସମ୍ପତ୍ତି ଜଳି ପୋଡ଼ି ନଷ୍ଟ ହୋଇଥିବା ସୂଚନା ରହିଛି । ଗ୍ରାମବାସୀ ଓ ସ୍ଥାନୀୟ ଲୋକ ନିଆଁ ଲିଭାଇବାକୁ ଉଦ୍ୟମ କରିଥିଲେ । ହେଲେ ବିଫଳ ହୋଇଥିଲେ ।

ଖବର ପାଇ ଅଗ୍ନିଶମ ବାହିନୀ ଓ ବୀରମିତ୍ରପୁର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ନିଆଁ ଲିଭାଇବାକୁ ଉଦ୍ୟମ କରିଥିଲେ । ହେଲେ ନିଆଁକୁ ଆୟତ୍ତ କଲାବେଳକୁ ଦୋକାନ ଓ ଗୋଦାମରେ ଥିବା କପଡ଼ାରେ ନିଆଁ ଲାଗିଯାଇଥିଲା । ଘରେ ଥିବା ସମସ୍ତ ଆସବାବପତ୍ର ଜଳିପୋଡ଼ି ପାଉଁଶ ହୋଇଯାଇଥିଲା । ନିଆଁ ଲାଗିବାର କାରଣ ଏଯାଏଁ ଜଣାପଡ଼ିନାହିଁ ।

Leave A Reply

Your email address will not be published.