Latest Odisha News

BREAKING NEWS

ଇଦ ଅବସରରେ ସଲମାନ ଘୋଷଣା କଲେ ତାଙ୍କର ଆଗାମୀ ଫିଲ୍ମ ସିକନ୍ଦର

ମୁମ୍ବାଇ: ଏଥର ଇଦ ଅବସରରେ ସଲମାନ ଖାଁଙ୍କ କୌଣସି ଫିଲ୍ମ ରିଲିଜ ହୋଇ ନାହିଁ । ତେବେ ପ୍ରଶଂସକଙ୍କୁ ନିରାଶ ନ କରି ସେ ଏହି ଅବସରରେ ତାଙ୍କର ଆଗାମୀ ଫିଲ୍ମର ଘୋଷଣା କରିଛନ୍ତି । ଦକ୍ଷିଣ ଭାରତର ଲୋକପ୍ରିୟ ନିର୍ଦ୍ଦେଶକ ଏଆର ମୁରୁଗାଡୋସ ସିକନ୍ଦର ନାମକ ଏହି ଫିଲ୍ମର ନିର୍ଦ୍ଦେଶନା ଦେବେ । ସାଜିଦ ନାଡିୟାଡୱାଲା ଏହାର ନିର୍ମାତା ହେବେ । ଆସନ୍ତା ବର୍ଷ ଇଦ ଅବସରରେ ଏହା ରିଲିଜ ହେବ । ଚଳିତ ବର୍ଷ ଅକ୍ଷୟ କୁମାର ଓ ଟାଇଗର ଶ୍ରଫ ଅଭିନୀତ ବଡେ ମିୟାଁ ଛୋଟେ ମିୟା ଓ ଅଜୟ ଦେବଗାନଙ୍କ ମୈଦାନ ଫିଲ୍ମ ରିଲିଜ ହେବ । ସଲମାନ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି ଯେ, ଏଥର ଇଦରେ ବଡେ ମିୟାଁ ଛୋଟେ ମିୟାଁ ଓ ମୈଦାନ ଦେଖୋ । ଅଗଲୀ ଇଦ ସିକନ୍ଦର ସେ ଆ କର ମିଲୋ ।

ସଲମାନ ଓ ସାଜିଦ ମିଳିତ ଭାବେ ଜୁଡୱା, ମୁଝସେ ଶାଦୀ କରୋଗୀ ଓ କିକ ପରି ସୁପରହିଟ ଫିଲ୍ମ ଦେଇଛନ୍ତି । ଅପରପକ୍ଷରେ ମୁରୁଗାଡୋସ ସଲମାନଙ୍କ ସହ ଜୟ ହୋ ଫିଲ୍ମରେ କାମ କରିଛନ୍ତି । ସେ ଗଜନୀ, ହଲିଡେ ଓ ଅକୀରା ପରି ସୁପରହିଟ ଫିଲ୍ମ ଦେଇଛନ୍ତି । ଇଦ ଅବସରରେ ୨୦୧୫ରୁ ୨୪ ମଧ୍ୟରେ ସଲମାନଙ୍କ ୭ଟି ଫିଲ୍ମ ରିଲିଜ ହୋଇଛି । ରାଧେ ଫିଲ୍ମ କେବଳ ଫ୍ଲପ ହୋଇଥଲା ।

Leave A Reply

Your email address will not be published.