Latest Odisha News

BREAKING NEWS

ହାର୍ଦ୍ଦକଙ୍କୁ ଠକିଲା ସାବତ ଭାଇ

ମୁମ୍ବାଇ: ଭାରତୀୟ କ୍ରିକେଟର ଦୁଇ ଭାଇ ହାର୍ଦ୍ଦିକ ଓ କୃଣାଳ ପାଣ୍ଡ୍ୟାଙ୍କୁ ତାଙ୍କର ସାବତ ଭାଇ ବୈଭବ ପାଣ୍ଡ୍ୟା ଠକିଛନ୍ତି । ରିପୋର୍ଟ ମୁତାବକ ବୈଭବଙ୍କୁ ମୁମ୍ବାଇର ଇକୋନୋମିକ ଅଫେନ୍ସ ୱିଙ୍ଗ ଏହି ଘଟଣାରେ ଗିରଫ କରିଛି । ୨୦୨୧ରେ ଏହି ମାମଲା ରୁଜୁ ହୋଇଥିଲା । ବୈଭବ ସେମାନଙ୍କ ସହ ମିଶି ପଲିମର ବ୍ୟବସାୟ ଆରମ୍ଭ କରିଥିଲେ । ଏଥିରେ ହାର୍ଦ୍ଦିକ ୪୦, କୃଣାଳ ୪୦ ଓ ବୈଭବ ୨୦ ପ୍ରତିଶତର ଅଂଶୀଦାର ଥିଲେ । କମ୍ପାନୀର ଲାଭ ଏହି ଅନୁସାରେ ସେମାନଙ୍କ ମଧ୍ୟରେ ବଂଟାଯିବ ବୋଲି ସ୍ଥିର ହୋଇଥିଲା । ଅଥଚ ବୈଭବ ଲାଭ ଟଙ୍କା ଦେବା ପରିବର୍ତେ ଆଉ ଏକ କମ୍ପାନୀ ଗଠନ କରି ଏହାକୁ ସ୍ଥାନାନ୍ତରିତ କରିଥିଲେ ।

ଯାହା ଫଳରେ ପାଣ୍ଡ୍ୟା ବ୍ରଦର୍ସଙ୍କୁ ୪.୩ କୋଟି ଟଙ୍କାର କ୍ଷତି ସହିବାକୁ ପଡିଥିଲା । ଉଭୟ ଏହି ଠକାମୀ ନେଇ ଅଭିଯୋଗ କରିଥିଲେ । ତଦନ୍ତ ପରେ ବୈଭବଙ୍କୁ ଗିରଫ କରାଯାଇଛି । ଏବେ ତାଙ୍କୁ ୫ ଦିନ ପାଇଁ ପୋଲିସ ହେପାଜତକୁ ପଠାଇ ଦିଆଯାଇଛି ।

Leave A Reply

Your email address will not be published.