ମୁମ୍ବାଇ: ଟେଲିଭିଜନର ପପୁଲାର ରିଆଲିଟି ସୋ ‘ବିଗ୍ ବସ୍’ ପାଇଁ ଅଧିକ ପାରିଶ୍ରମିକ ଦାବି କରିଛନ୍ତି ସଲମାନ ଖାନ । ଖବର ଅନୁଯାୟୀ, ପୂର୍ବରୁ ସିଜିନରେ ସୋ ଉପାସ୍ଥାପନା ପାଇଁ ସଲମାନ ସପ୍ତାହକୁ ୧୨ ରୁ ୧୫ କୋଟି ଟଙ୍କା ନେଉଥିବା ବେଳେ ବର୍ତ୍ତମାନ ସପ୍ତାହକୁ ୧୬ କୋଟି ଟଙ୍କା ପାଇଁ ଦାବି କରୁଛନ୍ତି ସଲମାନ।
ଏହି ସୋ’ ପାଇଁ ମୁମ୍ବାଇର ଫିଲ୍ମସିଟିରେ ସେଟ୍ ନିର୍ମାଣ କରାଯିବ ବୋଲି ପୂର୍ବ ରିପୋର୍ଟରେ କୁହାଯାଇଥିଲା। ସୋ’ର ପ୍ରୋମୋ ସଲମାନଙ୍କ ପାନଭେଲ ଫାର୍ମହାଉସରେ ସୁଟିଂ କରାଯିବ । କାରଣ ସଲମାନ ବର୍ତ୍ତମାନ ସେଠାରେ କ୍ୱାରେଣ୍ଟାଇନରେ ଅଛନ୍ତି।
ଏହି ସଙ୍କଟ ସମୟରେ ଅକ୍ଷୟ କୁମାର, ଦୀପିକା ପାଦୁକୋନ, ରଣଭୀର ସିଂ ଏବଂ ଶାହରୁଖ ଖାନଙ୍କ ସମେତ ଅନେକ ବଲିଉଡ କଳାକାର ନିଜ ପରିଶ୍ରମିକରୁ କମ୍ ଟଙ୍କା ନେଉଥିବା ବେଳେ ସଲମାନଙ୍କ ଫି ବୃଦ୍ଧି ବି-ଟାଉନରେ ଚର୍ଚ୍ଚାର ବିଷୟ ପାଲଟିଛି ।
Comments are closed.