Latest Odisha News

BREAKING NEWS

ଜିଲ୍ଲାପାଳଙ୍କ କ୍ଷମତା ପ୍ରୟୋଗ କରି ଗଞ୍ଜାମ ଜିଲ୍ଲାର ଏହି ପଞ୍ଚାୟତକୁ ସଟ୍ ଡାଉନ ଘୋଷଣା କଲେ ସରପଞ୍ଚ

ଗଞ୍ଜାମ : ଗଞ୍ଜାମ ଜିଲ୍ଲା ବୁଗୁଡା ବ୍ଲକ ଅନ୍ତର୍ଗତ କଲମ୍ଵ ଗ୍ରାମ ପଞ୍ଚାୟତକୁ ଜୁଲାଇ ୭ ତାରିଖ ଠାରୁ ଜୁଲାଇ ୧୪ ତାରିଖ ପର୍ଯ୍ୟନ୍ତ ସଟ୍ ଡାଉନ ଘୋଷଣା କରିଛନ୍ତି କଲମ୍ଵ ସରପଞ୍ଚ ପ୍ରତିଭା ରାଣୀ ଜେନା। କଲମ୍ଵ ପାଞ୍ଚାୟତର

ଡେଙ୍ଗାପଦର ଓ କଲମ୍ଵ ଛକରେ ୭ ଜଣଙ୍କ କରୋନା ପଜିଟିଭ ଚିହ୍ନଟ ହେବା ପରେ ଗୋଷ୍ଠୀ ସଂକ୍ରମଣର ଆଶଙ୍କା କରି ସରପଞ୍ଚ କଲମ୍ଵ ପଞ୍ଚାୟତର ସାତ ଖଣ୍ଡ ଗ୍ରାମକୁ ସମ୍ପୂର୍ଣ୍ଣ ସଟ୍ ଡାଉନ ଘୋଷଣା କରାଯାଇଛି।

ଜନସାଧାରଣଙ୍କ ସୁବିଧା ପାଇଁ କେବଳ କଲମ୍ଵ ଛକର ମେଡିସିନ ଷ୍ଟୋର, ପରିବା ଦୋକାନ ଓ ତେଜରାତି ଦୋକାନ ସକାଳ ୬ ଟା ରୁ ଦିନ ୧୦ ଟା ପର୍ଯ୍ୟନ୍ତ ଖୋଲା ରହିବ। ଅତ୍ୟନ୍ତ ଆବଶ୍ୟକ ନଥିଲେ କୌଣସି ବ୍ୟକ୍ତି ଘରୁ ବାହାରକୁ ନଆସିବା ପାଇଁ ସରପଞ୍ଚ ନିବେଦନ କରିଛନ୍ତି।

 

Leave A Reply

Your email address will not be published.