Latest Odisha News

BREAKING NEWS

ପ୍ରେମରେ ପଡିଲେ କି ଭାଇଜାନ

ମୁମ୍ବାଇ: ବଲିଉଡର ଭାଇଜାନ ଭାବେ ପରିଚିତ ସଲମାନ ଖାଁ ଏବେ ପ୍ରେମରେ ପଡିଛନ୍ତି । ଏବେ ସେ କିସି କେ ଭାଇ କିସି କେ ଜାନର ଶୁଟିଂରେ ବ୍ୟସ୍ତ ଅଛନ୍ତି । ତେବେ ଏହି ଶୁଟିଂ ସେଟରୁ ତାଙ୍କ ଠାରୁ ୨୪ ବର୍ଷ କମ ଅଭିନେତ୍ରୀଙ୍କ ସହ ସମ୍ପର୍କକୁ ନେଇ ଚର୍ଚ୍ଚା ଜୋର ଧରିଛି । ଉମୈର ସାନ୍ଧୁ ଏହି ଖୁଲାସା କରିଛନ୍ତି । ସେ କହିଛନ୍ତି ସଲମାନ ଓ ପୂଜା ହେଗଡେ ଏବେ ରିଲେଶନଶିପରେ ଅଛନ୍ତି । ଏପରିକି ସେ ବ୍ରେକିଂ ନ୍ୟୁଜ..ଟାଉନ ମେଁ ନୟା କପଲ ସାମନେ ଆଗ ଗୟା ମଧ୍ୟ ଲେଖିଛନ୍ତି । ସଲମାନଙ୍କ ପ୍ରଡକ୍ସନ ହାଉସ ପୂଜାଙ୍କୁ ନେଇ ୨ଟି ଫିଲ୍ମ ସାଇନ କରିବା ପରେ ଉତ୍କଣ୍ଠା ଆହୁରି ବଢ଼ିଯାଇଛି । ଏପରିକି ଭାଇଜାନଙ୍କ ନିକଟତମ ଲୋକମାନେ ମଧ୍ୟ ଉଭୟ ଏକତ୍ର ସମୟ କାଟୁଥିବା ସ୍ପଷ୍ଟ କରୁଛନ୍ତି ।

ସଲମାନ ଏବେ କିସି କେ ଭାଇ କିସି କେ ଜାନ ପରେ ସୁରଜ ବଡଜାତ୍ୟାଙ୍କ ଆଗାମୀ ଫିଲ୍ମ, କିକ ୨ ଓ ନୋ ଏଂଟ୍ରି ସିକ୍ୱେଲ ନେଇ ବ୍ୟସ୍ତ ଅଛନ୍ତି । ଶାହାରୁଖ ଖାଁଙ୍କ ପଠାନରେ ସେ ଏକ କ୍ୟାମିଓ ରୋଲ ମଧ୍ୟ କରୁଛନ୍ତି । ଦେଖାଯାଏ ସଲମାନ ବିବାହ ବନ୍ଧନରେ ବାନ୍ଧି ହେଉଛନ୍ତ ନାଁ ଐଶ୍ଚର୍ଯ୍ୟ, ରବୀନା, ସୋମି ଅଲୀ, ସଙ୍ଗୀତା ବିଜଲାନୀଙ୍କ ପରେ ତାଙ୍କ ସହ ଆଉ ଏକ ନାମ ଯୋଡୁଛନ୍ତି ।

Leave A Reply

Your email address will not be published.