Latest Odisha News

BREAKING NEWS

ଦିଲ୍ଲୀ-ଏନସିଆର ପ୍ରଦୂଷଣ ମାମଲା ଗ୍ରହଣ କରିବାକୁ ମନା କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଦିଲ୍ଲୀ-ଏନସିଆାର ପ୍ରଦୂଷଣ ମାମଲାରେ ଦାଏର ହୋଇଥିବା ଆଉ ଏକ ମାମଲାର ଶୁଣାଣି କରିବାକୁ ସୁପ୍ରିମକୋର୍ଟ ମନା କରି ଦେଇଛନ୍ତି । ଦିଲ୍ଲ ଏନସିଆାରରେ ବାୟୁ ପ୍ରଦୂଷଣ ନେଇ ଆଇନଜୀବୀ ଶଶାଙ୍କ ଶେଖର ଝା ସୁପ୍ରିମକୋର୍ଟରେ ଏକ ମାମଲା ଦାଏର କରିଥିଲେ । ଏଥିରେ କେନ୍ଦ୍ର ସରକାର, ହରିୟାଣା, ପଞ୍ଜାବ, ୟୁପି ସରକାରଙ୍କୁ ପାର୍ଟି କରିଥିଲେ । ହେଲେ ସୁପ୍ରିମେକୋର୍ଟ ଏହାକୁ ମନା କରି ଦେଇଥିଲେ ।

ଶୁକ୍ରବାର ଏହା ଉପରେ ଟିପ୍ପଣୀ ଦେଇ କହିଥିଲେ, ଏ ନେଇ ଅନେକ ମାମଲା କୋର୍ଟରେ ପଡ଼ି ରହିଛି । ତେଣୁ ଏ ସଂକ୍ରାନ୍ତରେ ଆଉ ନୂଆ ମାମଲାର କ’ଣ  ଆବଶ୍ୟକତା ରହିଛି ବୋଲି କହିଥିଲେ କୋର୍ଟ । ମାମଲା ଦାଏର ନ କରି ପଡି ରହିଥିବା ମାମଲାରେ ହସ୍ତକ୍ଷେପ ଦାବି କରିବା ଉଚିତ ବୋଲି ସୁପ୍ରିମ କୋର୍ଟ ଆଇନଜୀବୀଙ୍କୁ କହିଥିଲେ ।

ସୁପ୍ରିମକୋର୍ଟ କହିଥିଲେ, ଦିଲ୍ଲୀ ପ୍ରଦୂଷଣ ରୋକିବା ପାଇଁ ଆପଣଙ୍କ ପାଖରେ କ’ଣ ସମାଧାନ ରହିଛି ?  କିଛି ଉଚିତ ସମାଧାନ ଚିନ୍ତା କରନ୍ତୁ । କିଛି ଜିନିଷ ଅଛି ଯାହା ଉପରେ କୋର୍ଟ କିଛି କରିପାରିବେ, ଆଉ କିଛି ଜିନିଷ ଅଛି ଯାହା ଉପରେ କୋର୍ଟ କରିପାରିବେନି । ଆମେ ନ୍ୟାୟିକ ସମସ୍ୟାକୁ ଦେଖିବୁ । କୋର୍ଟ କହିଥିଲେ ,ଆମେ ଆପଣଙ୍କ କଥା ଶୁଣିଛୁ, ତେବେ ଏହାକୁ ଏବେ ନେଇ ହେବନି ବୋଲି କହିଥିଲେ

Leave A Reply

Your email address will not be published.