Latest Odisha News

ରାଜଧାନୀରେ କଙ୍ଗାରୁ କୋର୍ଟ, ଲଜ୍ଜାରେ ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ଭୁବନେଶ୍ୱର : କମେଣ୍ଟ ମାରିବା ଯୁବକଙ୍କୁ ପଡ଼ିଲା ମହଙ୍ଗା । ଆଇନକୁ ହାତକୁ ନେଲେ ଗ୍ରାମବାସୀ । ୨ପୁଅ ସହ ବାପାକୁ ଉଠବସ୍‌ କରାଇଲେ ଗାଁ ଲୋକେ । ସୋଶିଆଲ ମିଡିଆରେ ଭିଡିଓ କଲେ ଭାଇରାଲ  । ତେବେ ଏଭଳି ନିନ୍ଦନୀୟ ଦୃଶ୍ୟ ଦେଖିବାକୁ ମିଳିଛି ରାଜଧାନୀର ବରମୁଣ୍ଡା ପାଲା ମଣ୍ଡପଠାରେ  ।

BjdElectrycity

ତେବେ ସୂଚନା ଅନୁଯାୟୀ, ବିଳମ୍ବିତ ରାତିରେ କମେଣ୍ଟମରା ଅଭିଯୋଗ ନେଇ ୨ପୁଅ ସହ ବାପାକୁ ରାଜଧାନୀର ପାଲାମଣ୍ଡପ ଠାରେ କିଛି ଲୋକ ଆଣ୍ଠେଇ ଦେଇଥିଲେ  । ଏଥିସହ ନିଆଁ ପାଣି ବାସନ୍ଦ କରିବାକୁ ଚେତାବନୀ ମଧ୍ୟ ଦେଇଥିଲେ । ଯାହାର ଭିଡିଓ ସୋଶିଆଲ ମିଡିଆରେ ଘୂରି ବୁଲୁଥିଲା । ଫଳରେ ଲଜ୍ଜ୍ୟା ଅନୁଭବ କରି ଯୁବକ ଜଣକ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ । ଏନେଇ ଖଣ୍ଡଗିରି ପୋଲିସ ୨ ଜଣଙ୍କୁ ଅଟକ ରଖିବା ସହ ଅଧିକ ତଦନ୍ତ ଜାରି ରଖିଛି  ।

Leave A Reply

Your email address will not be published.