Latest Odisha News

BREAKING NEWS

ସିମ୍ପାଞ୍ଜି ସହ ଭିଡିଓ କରି ହଟହଟା ହେଲେ ଯୁବକ

ଜାକର୍ତ୍ତା: ଲୋକେ ସେଲ୍‌ଫି ଓ ଭିଡ଼ିଓ ପାଇଁ ପାଗଳ । ବିଶେଷକରି ଯୁବପିଢୀଙ୍କ ଭିତରେ ଏହି ମାନସିକତା ଅଧିକ ବସା ବାନ୍ଧିଛି । ସୋସିଆଲ ମିଡ଼ିଆରେ ଏବେ ଚାହିଦା ବଢୁଥିବାରୁ ମୋଟ ଉପରେ ଲୋକେ ସେଲ୍ଫି ଓ ଭିଡ଼ିଓ ପାଇଁ ଏପରି ସ୍ତରକୁ ଚାଲିଯାଉଛନ୍ତି, ଯାହାକୁ ଦେଖି ଆଖି ଖୋସି ହୋଇଯିବ । ଏପରିକି ବିପଦପୂର୍ଣ୍ଣ ସ୍ଥାନରେ ମଧ୍ୟ ଲୋକେ ସେଲି୍ଫ ଉଠାଇବାକୁ ଓ ଭିଡ଼ିଓ ବନାଇବାକୁ ପଛାଉନାହାନ୍ତି । ନିକଟରେ ଚିଡ଼ିଆଖାନାର କେଜ୍ ଭିତରେ ଥିବା ଏକ ସିମ୍ପାଞ୍ଜିର ଭିଡ଼ିଓ ସୁଟ୍ କରି ଜଣେ ଯୁବକ କିଭଳି ହଟହଟା ହୋଇଛନ୍ତି, ତାହାର ଏକ ଭିଡ଼ିଓ ଭାଇରାଲ ହେବାରେ ଲାଗିଛି ।

ମୂଳତଃ ଭିଡିଓଟି ଇଣ୍ଡୋନେସିଆର ଏକ ଚିଡ଼ିଆଖାନାରେ ସୁଟ୍ କରାଯାଇଛି । ଜଣେ ଯୁବକ କେଜ ଭିତରେ ଥିବା ସିମ୍ପାଞ୍ଜି ସହ ଭିଡିଓ କରିବାକୁ ପର୍ଯ୍ୟଟକଙ୍କ ପାଇଁ ଲାଗିଥିବା ବାଡ଼କୁ ଡେଇଁ ଭିତରକୁ ଯାଇଥିଲେ । ଯୁବକ ଜଣକ ପାଖକୁ ଯାଇ ଭିଡିଓ କରିବାବେଳେ ସିମ୍ପାଞ୍ଜି ତାଙ୍କ ଶାର୍ଟକୁ ଧରି ଭିଡ଼ିବାକୁ ଆରମ୍ଭ କଲା । ତାଙ୍କ ଗୋଡ଼କୁ ମାଡ଼ି ବସିବା ସହ କାମୁଡିବାକୁ ଚେଷ୍ଟା ମଧ୍ୟ କଲା । ଏଭଳି ସ୍ଥିତିରେ ସେଠାରେ ଉପସ୍ଥିତ ଥିବା ଅନ୍ୟ ଜଣେ ପର୍ଯ୍ୟଟକ ତାଙ୍କୁ ସିମ୍ପାଞ୍ଜି କବଳରୁ ବଞ୍ଚାଇବାକୁ ଉଦ୍ୟମ କରିଥିଲେ । ସିମ୍ପାଞ୍ଜି ତାଙ୍କୁ ମଧ୍ୟ ଠେଲିଦେଇଥିଲା । ପରେ ବଡ଼ କଷ୍ଟରେ ଉଭୟେ ସିମ୍ପାଞ୍ଜି କବଳରୁ ବର୍ତ୍ତିଯାଇଥିଲେ । ତେବେ ଚିଡ଼ିଆଖାନା ପ୍ରଶାସନର ଯୁକ୍ତି ହେଉଛି, ଏହି ଘଟଣା ସମୟରେ କର୍ମଚାରୀମାନେ ଖାଇବାକୁ ଯାଇଥିଲେ । ତାଛଡ଼ା ଯୁବକ ଜଣକ ନିୟମ ଉଲ୍ଲଂଘନ କରି ବାଡ଼ ଡେଇଁ ଭିତରକୁ ଚାଲିଯାଇଥିଲେ । ଯେଉଁଥିପାଇଁ ଏପରି ଘଟଣା ଘଟିଲା ।

Leave A Reply

Your email address will not be published.