Latest Odisha News

BREAKING NEWS

୧.୪୨ ଲକ୍ଷରେ ନିଲାମ ହେଲା ସଲ୍‌ମାନଙ୍କ ଟାୱେଲ

ମୁମ୍ବାଇ: ନିଜ ପ୍ରିୟ କଳାକାରଙ୍କ ଜିନିଷ ବ୍ୟବହାର କରିବା ଲାଗି ପ୍ରାୟ ସବୁ ପ୍ରଶଂସକ ଇଚ୍ଛା ପ୍ରକାଶ କରିଥାନ୍ତି। ସେଥିପାଇଁ ସେମାନେ ଯେକୌଣସି ମୂଲ୍ୟ ଦେବାକୁ ମଧ୍ୟ ପ୍ରସ୍ତୁତ ଥାଆନ୍ତି। ବର୍ତ୍ତମାନ ଏହାର ପ୍ରମାଣ ମଧ୍ୟ ମିଳିସାରିଛି।

ସଲମାନ ଖାନଙ୍କ ଲୋକପ୍ରିୟ ‘ଜିନେ କେ ହୈ ଚାର୍ ଦିନ୍’ ଗୀତରେ ବ୍ୟବହାର କରିଥିବା ଟାୱେଲ ନିଲାମ ହୋଇଛି। କେହି ଜଣେ ପ୍ରଶଂସକ ତାକୁ ୧.୪୨ ଲକ୍ଷରେ କିଣିଥିବା ଜଣାପଡ଼ିଛି। ଏଥିରୁ ମିଳିଥିବା ଅର୍ଥ ଚାରିଟିକୁ ପ୍ରଦାନ କରାଯିବା ବୋଲି କୁହାଯାଇଛି।

ଫିଲ୍ମ ‘ମୁଝ୍‌ସେ ଶାଦି କରୋଗୀ’ର ସଲମାନ ଖାନଙ୍କ ଏହି ଗୀତ ଏବେ ବି ଲୋକପ୍ରିୟ ଟ୍ରାକ୍‌ ହୋଇରହିଛି। ଏହି ଗୀତରେ ସେ ଏକ ଟାୱେଲ ସହିତ କିଛି ଷ୍ଟେପ୍‌ କରିଥିବା ଦୃଶ୍ୟକୁ ଦର୍ଶକ ବେଶ୍‌ ପସନ୍ଦ କରିଥିଲେ। ଏହା ଗୀତର ହୁକ୍‌ ‌ଷ୍ଟେପ୍‌ ଥିଲା। ଯାହାକୁ ନେଇ ବେଶ୍‌ ଚର୍ଚ୍ଚା ହୋଇଥିଲା। ଏହି ଗୀତରେ ସେ ବ୍ୟବହାର କରିଥିବା ଟାୱେଲକୁ ଏକ ଚାରିଟେବଲ୍‌ ଦାନ ପାଇଁ ନିଲାମ କରାଯାଇଛି। ରିପୋର୍ଟ ଅନୁଯାୟୀ ଏହି ଟାୱେଲକୁ ୧.୪୨ ଲକ୍ଷ ଟଙ୍କାରେ ବିକ୍ରି କରାଯାଇଛି।

Comments are closed.