Latest Odisha News

BREAKING NEWS

ଏଠାରେ ‘ସାର୍‌’ ଆଉ ‘ମ୍ୟାଡାମ୍‌’ କହିବା ମନା

ପାଲକ୍କଡ: ସାଧାରଣତଃ ଆମେ ଅନ୍ୟକୁ ସମ୍ମାନ ଦେବା ଅର୍ଥରେ ଡାକିବା ପୂର୍ବରୁ ସାର୍‌ କିମ୍ବା ମ୍ୟାଡାମ୍‌ ବ୍ୟବହାର କରିଥାଉ। କିନ୍ତୁ ଏହି ଗାଁରେ ଏସବୁ ଆଚରଣକୁ ବାରଣ କରାଯାଇଛି। କେରଳର ମାଥୁର ନାମକ ଗ୍ରାମରେ କେହି କାହାକୁ ଡାକିବା ପୂର୍ବରୁ ଏଭଳି ସମ୍ମାନଜନକ ଶବ୍ଦ ପ୍ର‌ୟୋଗ କରିବା ଉପରେ ପ୍ରତିବନ୍ଧକ ଲଗାଯାଇଛି।

ଏହି ଅଭିବାଦନ ବଦଳରେ‌ ସେମାନଙ୍କୁ ସେମାନଙ୍କ ନାମ ଅନୁଯାୟୀ ଡାକିବାକୁ କୁହାଯାଇଛି। କେରଳ ଜିଲ୍ଲାର ମାଥୁର ଗ୍ରାମ ପଞ୍ଚାୟତ ସାଧାରଣ ଜନତା, ଲୋକ ପ୍ରତିନିଧୀ ତଥା ନାଗରିକ ସଂଗଠନର ଅଧିକାରୀଙ୍କ ମଧ୍ୟରେ ଥିବା ପ୍ରତିବନ୍ଧକକୁ ଦୂର କରିବା ଉଦ୍ଦେଶ୍ୟରେ ନିଜ କାର୍ଯ୍ୟାଳୟ ପରିସରରେ ‘ସାର୍’ ଏବଂ ‘ମ୍ୟାଡାମ୍’ ପରି  ଔପନିବେଶିକ ସମ୍ମାନକୁ ନିଷିଦ୍ଧ କରିଛି। ଯାହା ଦ୍ବାରା ପରସ୍ପର ମଧ୍ୟରେ ପ୍ରେମ ଏବଂ ବିଶ୍ୱାସର ବନ୍ଧନ ଆହୁରି ଦୃଢ ହେବ ବୋଲି କୁହାଯାଇଛି।

ଏହା ସହିତ, ମାଥୁର ଦେଶର ପ୍ରଥମ ନାଗରିକ ସଂଗଠନ ହୋଇପାରିଛି, ଯାହାକି ଏହିପରି ଅଭିବାଦନକୁ ନିଷିଦ୍ଧ କରି ଅନ୍ୟ ନାଗରିକ ସଂସ୍ଥା ପାଇଁ ଏକ ଆଦର୍ଶ ହୋଇପାରିଛି।

ସାର୍ କିମ୍ବା ମ୍ୟାଡାମ୍‌ ପରି ସମ୍ମାନଜନକ ଶବ୍ଦ ଲୋକମାନଙ୍କ ମଧ୍ୟରେ ଫାଟ ସୃଷ୍ଟି କରିବାରେ ବ୍ୟବହୃତ ହେଉଥିଲା, ମାଥୁର ପଞ୍ଚାୟତର ଉପସଭାପତି କହିଛନ୍ତି।

Leave A Reply

Your email address will not be published.