Latest Odisha News

BREAKING NEWS

କୋଲକାତାରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଭେଟିଲେ ସଲମାନ ଖାନ୍

କୋଲକାତା: ବଲିଉଡ ସୁପରଷ୍ଟାର ସଲମାନ ଖାନ ଶନିବାର ସନ୍ଧ୍ୟାରେ କାଲିଘାଟ ବାସଭବନରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ ସୁପ୍ରିମୋ ମମତା ବାନାର୍ଜୀଙ୍କୁ ଭେଟିଛନ୍ତି। ଶନିବାର ସନ୍ଧ୍ୟାରେ ସଲମାନ ଖାନ କାଲିଘାଟରେ ଥିବା ତାଙ୍କ ବାସଭବନରେ ପହଞ୍ଚିଥିଲେ। ମମତା ବାନାର୍ଜୀ ତାଙ୍କୁ ସମ୍ମାନର ସହ ସ୍ୱାଗତ କରିଥିଲେ। ଏହା ପରେ ସଲମାନ ଖାନ ଏବଂ ମମତା ବାନାର୍ଜୀ ମଧ୍ୟ ଉପସ୍ଥିତ ଲୋକଙ୍କୁ ଅଭିବାଦନ ଜଣାଇଥିଲେ।

ସଲମାନ ଖାନ ମମତା ବାନାର୍ଜୀଙ୍କ କାଲିଘାଟ ବାସଭବନରେ ପ୍ରାୟ ଅଧ ଘଣ୍ଟା ରହିଥିଲେ। ଏହି ସମୟରେ ସେ ମମତା ବାନାର୍ଜୀଙ୍କ ପରିବାର ସଦସ୍ୟଙ୍କୁ ଭେଟିଥିଲେ। ଯେତେବେଳେ ସଲମାନ ଖାନ ଫେରିଥିଲେ ସେତେବେଳେ କାର ପାଖକୁ ମମତା ବାନାର୍ଜୀ ନିଜେ ଆସିଥିଲେ। ଉଭୟ ଉପସ୍ଥିତ ଥିବା ପ୍ରଶଂସକଙ୍କୁ ଅଭିବାଦନ କରୁଥିବା ଦେଖିବାକୁ ମିଳିଥିଲା।

ସଲମାନ ଖାନ ଶୁକ୍ରବାର ବିଳମ୍ବିତ ରାତିରେ କୋଲକାତାରେ ପହଞ୍ଚିଥିଲେ। ପ୍ରାୟ ୧୩ ବର୍ଷ ପରେ ଅଭିନେତା ସଲମାନ କୋଲକାତାରେ ପାଦ ଦେଇଥିଲେ। ଯେଉଁ ସମୟରେକି ସଲମାନ ଖାନଙ୍କୁ ବିଭିନ୍ନ ଆଡୁ ମୃତ୍ୟୁ ଧମକ ଆସୁଛି। ଏବେ ଅଭିନେତା ସଲମାନ ଖାନଙ୍କୁ Y ବର୍ଗର ସୁରକ୍ଷା ମିଳିଛି।

ସଲମାନ ଖାନ ଏକ କଳା କାରରେ ମମତା ବାନାର୍ଜୀଙ୍କ ଘରେ ପହଞ୍ଚିଥିଲେ। ତାଙ୍କ ସୁରକ୍ଷା ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା। ସୋନାକ୍ଷୀ ସିହ୍ନା, ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିଜ୍, ପୂଜା ହେଗଡେ, ପ୍ରଭାସ ଦେବ, ଆୟୁଷ ଶର୍ମା ଶନିବାର ସନ୍ଧ୍ୟାରେ ଇଷ୍ଟ ବେଙ୍ଗଲ ଗ୍ରାଉଣ୍ଡରେ ସଲମାନ ଖାନଙ୍କ ସହ ଲାଇଭ ସୋ କରିଥିଲେ। ଏହି ସମୟରେ ସଲମାନ ଆସିଥିଲେ କୋଲକାତା।ମିଳିଥିବା ସୂଚନା ଅନୁଯାୟୀ ସଲମାନ ଖାନ କିଛି ଗୀତରେ ନାଚିଥିଲେ।

ଏହି ସମୟରେ, ସମଗ୍ର କ୍ଲବ ପରିସରରୁ ପ୍ରାୟ ୩୦୦୦ ପୋଲିସ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି। ଏହା ବ୍ୟତୀତ ବହୁ ସଂଖ୍ୟକ ବାଉନସର ମଧ୍ୟ ନିୟୋଜିତ ହୋଇଥିଲେ।

Leave A Reply

Your email address will not be published.