Latest Odisha News

ଗେମ୍‌ ‘ସେଲମନ୍ ଭୋଇ’ ବିରୋଧରେ ମକଦ୍ଦମା ଦାୟର କଲେ ସଲମାନ

ନୂଆଦିଲ୍ଲୀ: ଗୁଗୁଲ୍ ପ୍ଲେ ଷ୍ଟୋରରେ ଉପଲବ୍ଧ ଗେମ୍‌ ‘ସେଲମନ୍ ଭୋଇ’ ବିରୋଧରେ ଅଭିନେତା ସଲମାନ ଖାନ ମୁମ୍ବାଇ ସିଭିଲ କୋର୍ଟରେ ଏକ ମକଦ୍ଦମା ଦାୟର କରିଛନ୍ତି। ଏହି ଗେମ୍‌ ସଲ୍‌ମାନଙ୍କ ଚର୍ଚ୍ଚିତ ୨୦୦୨ ହିଟ୍-ରନ୍ ମାମଲା ଉପରେ ଆଧାରିତ। ପରବର୍ତ୍ତୀ ସମୟରେ ବମ୍ବେ ହାଇକୋର୍ଟଙ୍କ ଦ୍ବାରା ୨୦୧୫ରେ ସେ ଏହି ମାମଲାରେ ନିର୍ଦ୍ଦୋଷରେ ଖଲାସ ହୋଇଥିଲେ। ଏହି ଖେଳ ଉପରେ ଅସ୍ଥାୟୀ ପ୍ରତିବନ୍ଧକ ଜାରି କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ଇ ଟାଇମ୍ସରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, କୋର୍ଟ ଖେଳର ନିର୍ମାତା ପାରୋଡି ଷ୍ଟୁଡିଓ ପିଭି ଲିମିଟେଡ୍ ସୋମବାର ଖେଳର ପ୍ରସାରଣ, ଉନ୍ମୋଚନ, ପୁନଃ ଉନ୍ମୋଚନ ଏବଂ ପୁନଃ ନିର୍ମାଣ କିମ୍ବା ଅଭିନେତାଙ୍କ ସମ୍ବନ୍ଧୀୟ ଅନ୍ୟ କୌଣସି ବିଷୟବସ୍ତୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଗୁଗୁଲ ପ୍ଲେ ଷ୍ଟୋର ଏବଂ ଅନ୍ୟ ସମସ୍ତ ପ୍ଲାଟଫର୍ମରୁ ଖେଳକୁ ହଟାଇବାକୁ କୋର୍ଟ ନିର୍ମାତାମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ସଲମାନ ଖାନ ଅଗଷ୍ଟରେ ଗେମ୍‌ ଡେଭ୍‌ଲପ୍‌ରଙ୍କ ବିରୋଧରେ ଏକ ମକଦ୍ଦମା ଦାୟର କରିଥିଲେ ଯେଉଁଥିରେ ଦର୍ଶାଯାଇଥିଲା ଯେ ଖେଳର ନାମ ଏବଂ ଚିତ୍ର ତାଙ୍କ ମାମଲା ସହିତ ସମ୍ପୂର୍ଣ୍ଣ ମେଳ ଖାଉଛି। ଯାହା ଦ୍ବାରା ତାଙ୍କ ଇମେଜ୍‌ ଉପରେ ଖରାପ ପ୍ରଭାବ ପକାଇବାକୁ ଲକ୍ଷ୍ୟ କରାଯାଉଛି।

ଏହି ଗେମ୍‌ ଡେଭ୍‌ଲପ୍‌ର ଏହାକୁ ଡେଭଲପ୍‌ କରିବା ପୂର୍ବରୁ ସଲମାନଙ୍କ ସମ୍ମତି ନେଇନଥିଲେ ବୋଲି କୋର୍ଟ କହିଛନ୍ତି। ତାଙ୍କ ଭାବମୂର୍ତ୍ତି ମଧ୍ୟ କ୍ଷୁର୍ଣ୍ଣ ହେଉଛି ବୋଲି ସେ କହିଛନ୍ତି।

Comments are closed.