Latest Odisha News

BREAKING NEWS

ଓଟିଟି‌ ନୁହେଁ ପ୍ରେକ୍ଷାଳୟରେ ରିଲିଜ କରିବ ‘ଗଙ୍ଗୁବାଇ କାଠିଆୱାଡି’ ଏବଂ ‘ଆରଆରଆର’

ମୁମ୍ବାଇ: ବିଗତ ଏକ ବର୍ଷ ମଧ୍ୟରେ ମହାମାରୀ ଯୋଗୁଁ ଥିଏଟରଗୁଡ଼ିକ ବନ୍ଦ ହେବା କାରଣରୁ ଅନେକ ବିଗ୍‌ ‌ବଜେଟ୍‌ ମୁଭି ରିଲିଜ ଅପେକ୍ଷାରେ ରହିଛି। ଏଥିପାଇଁ ବିଭିନ୍ନ ଚଳଚ୍ଚିତ୍ର ଓଟିଟିରେ ମୁକ୍ତିଲାଭ କରୁଛି। ଡିଜିଟାଲ୍ ଷ୍ଟ୍ରିମିଂ ପ୍ଲାଟଫର୍ମରେ ଆଲିଆ ଭଟ୍ଟଙ୍କ ‘ଗଙ୍ଗୁବାଇ କାଠିଆୱାଡି’, ସାଉଥ୍ ମୁଭି ‘ଆରଆରଆର’ ଏବଂ ଜନ୍ ଆବ୍ରାହମଙ୍କ ଆକ୍ସନ୍ ଏଣ୍ଟରଟେନମେଣ୍ଟ ମୁଭି ‘ଆଟାକ୍’ ମୁକ୍ତିଲାଭ କରିବ ବୋଲି ଗୁଜବ ପ୍ରଚାରିତ ହୋଇଥିଲା। ତେବେ ନିର୍ମାତା ଏହି ଗୁଜବକୁ ଖଣ୍ଡନ କରି ଏହି ବିଗ୍‌ ବଜେଟ୍‌ ମୁଭି ଓଟିଟିରେ ନୁହେଁ ବରଂ ପେକ୍ଷାଳୟରେ ରିଲିଜ କରିବ ବୋଲି କହିଛନ୍ତି।

‘ଗଙ୍ଗୁବାଇ କାଠିଆୱାଡି’ ଚଳଚ୍ଚିତ୍ରରେ ଆଲିଆ ସମେତ ଅଜୟ ଦେବଗନ, ଇମ୍ରାନ ହାସ୍‌ମୀ, ହୁମା କ୍ୟୁରେସି ପ୍ରମୁଖ ଭୂମିକାରେ ଅଭିନୟ କରିଛନ୍ତି। ସାଉଥ୍‌ର ବିଗ୍‌ ବଜେଟ୍‌ ମୁଭି ‘ଆରଆରଆର’ରେ ଆଲିଆଙ୍କ ସମେତ ରାମ ଚରଣ ଓ ଏନ୍‌ ଟି ରାମା ରାଓ, ଅଜୟ ଦେବଗନ ମୁଖ୍ୟ ଭୂମିକାରେ ନଜର ଆସିବେ। ଜନ୍‌ଙ୍କ ଅଭିନୀତ ‘ଆଟାକ୍‌’ରେ ରାକୁଲ ପ୍ରୀତ୍‌ ପ୍ରମୁଖ ଭୂମିକାରେ ଅଭିନୟ କରିଛନ୍ତି।

Leave A Reply

Your email address will not be published.