Latest Odisha News

BREAKING NEWS

ମେକ୍ସି‌‌କୋରେ ଶକ୍ତିଶାଳୀ ଭୂକମ୍ପ; ସୁନାମି ଆଲର୍ଟ

ମେକ୍ସି‌‌କୋ: ମଙ୍ଗଳବାର ରାତିରେ ଆକାପୁଲକୋ ରିସର୍ଟ ନିକଟରେ ଦକ୍ଷିଣ ମେକ୍ସିକୋରେ ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଛି। ଏହାର ପ୍ରଭାବରେ ପ୍ରାୟ ୨୦୦ ମାଇଲ ଦୂରରେ ଥିବା ମେକ୍ସିକୋ ସିଟିରେ ବଡ ବଡ କୋଠାଘରଗୁଡିକ ଭୁଶୁଡି ପଡ଼ିଛି। ଯାହା ଫଳରେ ସୁନାମି ସତର୍କ ଜାରି କରାଯାଇଛି।

ଭୂକମ୍ପ ପରେ ବିଦ୍ୟୁତ ସରବରାହ ବନ୍ଦ ହୋଇଥିବା ସୂଚନା ମିଳିଛି। ସହରରେ ଭୂକମ୍ପ ଘଟିଥିବା ବେଳେ ଲୋକମାନେ ଅତ୍ୟନ୍ତ ଭୟଭୀତ ହୋଇପଡ଼ିଥିବା ମଧ୍ୟ ଦେଖିବାକୁ ମିଳିଛି।

ଆମେରିକାର ଭୂତତ୍ତ୍ୱ ସର୍ବେକ୍ଷଣରେ କୁହାଯାଇଛି ଯେ ଏହି ଭୂକମ୍ପର ପ୍ରାଥମିକ ତୀବ୍ରତା ୭.୦ ଥିଲା ଏବଂ ରିସର୍ଟ ସହରଠାରୁ ପ୍ରାୟ ୪୮ କିଲୋମିଟର ଦୂରରେ ଥିବା ଗୁଏରୋ ରାଜ୍ୟର ପୁଏବ୍ଲୋ ମାଡେରୋର ପୂର୍ବ-ଦକ୍ଷିଣ ପୂର୍ବରେ ୮ କିଲୋମିଟର ଯାଏ କେନ୍ଦ୍ରିତ ହୋଇଥିଲା।

ଭୂକମ୍ପ ସ୍ଥଳରୁ କୋୗଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ।

Leave A Reply

Your email address will not be published.