ମୁମ୍ବାଇ: ବଲିଉଡ୍ ସୁପର୍ହିଟ୍ ଫିଲ୍ମ ‘ମୈନେ ପ୍ୟାର୍ କିୟା’ ସଲମାନ ଖାନଙ୍କ କ୍ୟାରିୟରରେ ଏକ ମାଇଲଖୁଣ୍ଟ ବୋଲି କୁହାଯାଏ। ‘ମୈନେ ପ୍ୟାର୍ କିୟା’ ଏକ ବକ୍ସ ଅଫିସରେ ହିଟ୍ ହୋଇଥିଲା। କିନ୍ତୁ ଆଶ୍ଚର୍ଯ୍ୟର ବିଷୟ ଯେ ଏହା ରିଲିଜ ହେବା ପରେ ସଲମାନଙ୍କୁ ବେଶି ଫିଲ୍ମ ମିଳିନଥିଲା।
ଏଥିରେ ସଲ୍ମାନଙ୍କ ସହ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଅଭିନେତ୍ରୀ ଭାଗ୍ୟଶ୍ରୀ। ସଲ୍ମାନ ଏହା ମଧ୍ୟ ସ୍ବୀକାର କରିଛନ୍ତି ଯେ ଭାଗ୍ୟଶ୍ରୀଙ୍କ ଯୋଗୁଁ ତାଙ୍କୁ ବେରୋଜଗାରର ସମ୍ମୁଖୀନ ହେବାକୁ ପଡିଥିଲା।
ତେବେ କିଛି ଦିନ ପରେ ସେ ତାଙ୍କ ପିତା ସଲିମ ଖାନଙ୍କ ଉଦ୍ୟମରେ ଏହି ଅସୁବିଧାକୁ ଦୂର କରିବାରେ ସକ୍ଷମ ହୋଇଥିଲେ। ଏକ ସାକ୍ଷାତକାର ସମୟରେ ସଲମାନ ଖାନ ନିଜେ ଏହି କଥା କହିଥିଲେ।
‘ମୈନେ ପ୍ୟାର୍ କିୟା’ ୧୯୮୯ରେ ମୁକ୍ତିଲାଭ କରିଥିଲା। ଏହାର ନିର୍ଦ୍ଦେଶନା ଦେଇଥିଲେ ନିର୍ଦ୍ଦେଶକ ସୁରଜ ବଡଜାତ୍ୟା। ଏହା ସୁରଜଙ୍କ ପ୍ରଥମ ନିର୍ଦ୍ଦେଶିତ ଚଳଚ୍ଚିତ୍ର ଥିଲା। ଏହି ଫିଲ୍ମରେ ସଲମାନ ଜଣେ ଜଣେ ଧନୀ ପୁଅ ଭୂମିକାରେ ଅଭିନୟ କରିଥିଲେ ଏବଂ ଭାଗ୍ୟଶ୍ରୀ ଜଣେ ଗରିବ ଝିଅ ଭୂମିକାରେ ଅଭିନୟ କରିଥିଲେ।
ଏହି ଚଳଚ୍ଚିତ୍ର ଦର୍ଶକଙ୍କ ଦ୍ବାରାବେଶ୍ ଆଦୃତ ଲାଭ କରିଥିଲା। ସେହି ଦଶନ୍ଧିର ସର୍ବାଧିକ ଆୟ କରିଥିବା ଚଳଚ୍ଚିତ୍ର ଥିଲା ମୈନେ ପ୍ୟାର୍ କିୟା।
Comments are closed.