Latest Odisha News

BREAKING NEWS

ସଲମାନ କହିଲେ ତିନି ଥର କାମୁଡ଼ିଥିଲା ସାପ, ହସ୍ପିଟାଲରେ ରହିଲେ ୬ ଘଣ୍ଟା

ମୁମ୍ବାଇ: ସଲମାନ ଖାନଙ୍କୁ ସାପ ଥରେ ନୁହେଁ ତିନି ଥର କାମୁଡ଼ିଥିଲା । ହାତରେ ଚୋର ପରେ ଚୋଟ ମାରିଥିଲା ସାପ । ତାଙ୍କ ଫାର୍ମ ହାଉସ ଗାର୍ଡେନରେ ସର୍ପ ଦଂଶନର ଶିକାର ହୋଇଥିଲେ ଭାଇଜାନ୍ । ନିଜେ ଏକଥା କହିଛନ୍ତି ସଲମାନ ଖାନ୍ । ସେ କହିଛନ୍ତି, ପାନଭେଲ୍ ସ୍ଥିତ ଫାର୍ମହାଉସରେ ଏକ ସାପ ପଶିଥିଲା । ଏକ ବାଡ଼ି ସାହାଯ୍ୟରେ ସାପଟିକୁ ବାହାରକୁ ନେଉଥିଲେ ।

ହଠାତ୍ ସାପଟି ତାଙ୍କ ହାତ ଉପରକୁ ପଳାଇ ଆସିଲା । ହାତରୁ ଛଡ଼ାଇବାକୁ ଚେଷ୍ଟା କରିବା ବେଳେ ତାକୁ ତିନି ଥର ଚୋଟ ମାରିଥିଲା ସାପ । ଏହା ଗୋଟିଏ ବିଷଧର ସାପ ଥିଲା । ହସ୍ପିଟାଲରେ ୬ ଘଣ୍ଟା ଚିକିତ୍ସା ପରେ ଘରକୁ ଫେରିଥିଲେ । ଏବେ ସୁସ୍ଥ ଥିବା କହିଛନ୍ତି ସଲମାନ୍ ।

ଗତ ୨୫ ତାରିଖରେ ସଲମାନଙ୍କୁ ତାଙ୍କ ଫାର୍ମ ହାଉସରେ ସାପ କାମୁଡ଼ିଥିଲା । ସେଠାରେ କିଛି ସାଙ୍ଗଙ୍କ ସହ ମିଶି ବର୍ଥ ଡେ ପାର୍ଟି ଆୟୋଜନ ନେଇ ସେ ଆଲୋଚନା କରୁଥିଲେ । ସେତିକିବେଳେ ସାପଟି ତାଙ୍କ ଫାର୍ମ ହାଉସ ଭିତରେ ପଶିଥିଲା । ଆଜି ସଲମାନଙ୍କ ଜନ୍ମଦିନ ।

Leave A Reply

Your email address will not be published.