Latest Odisha News

BREAKING NEWS

ସୁନୀଲ ବଂଶଲଙ୍କୁ ଓଡ଼ିଶା ଫେରିବାକୁ ଅନୁମତି ଦେଲା କେନ୍ଦ୍ର, ନୂଆବର୍ଷରେ ପୋଲିସ ଡିଜି ଭାବେ ଦାୟିତ୍ୱ ଗ୍ରହଣ

ନୂଆଦିଲ୍ଲୀ: ଓଡ଼ିଶାର ନବନିଯୁକ୍ତ ପୋଲିସ ଡିଜି ସୁନୀଲ କୁମାର ବଂଶଲ ଓଡ଼ିଶା ଫେରିବେ । ଡେପୁଟେସନରୁ ଓଡ଼ିଶା ଫେରିବା ନେଇ ତାଙ୍କୁ ଅନୁମତି ଦେଇଛି କେନ୍ଦ୍ର କ୍ୟାବିନେଟ ନିଯୁକ୍ତି କମିଟି । ସୁନୀଲ ବଂଶଲ ଏବେ କେନ୍ଦ୍ର ଗୁଇନ୍ଦା ବିଭାଗର ସ୍ୱତନ୍ତ୍ର ନିର୍ଦ୍ଦେଶ ଅଛନ୍ତି । ନିକଟରେ ତାଙ୍କୁ ରାଜ୍ୟର ପରବର୍ତ୍ତୀ ନୂଆ ପୋଲିସ ଡିଜି ଭାବରେ ନିଯୁକ୍ତି ଦେଇଛନ୍ତି ରାଜ୍ୟ ସରକାର ।

ଆସନ୍ତା ୩୧ ତାରିଖରେ ବର୍ତ୍ତମାନର ପୋଲିସ ଡିଜି ଅଭୟଙ୍କ କାର୍ଯ୍ୟକାଳ ସରୁଛି । ତାଙ୍କ ସ୍ଥାନରେ ନୂଆବର୍ଷରେ ନୂଆ ପୋଲିସ ଡିଜି ଭାବରେ ଦାୟିତ୍ୱ ଗ୍ରହଣ କରିବେ ସୁନୀଲ ବଂଶଲ । ୧୯୯୪ ମସିହାରୁ କେନ୍ଦ୍ରୀୟ ଡେପୁଟେସନୱରେ ଅଛନ୍ତି ସୁନୀଲ କୁମାର ବଂଶଲ ।

ନିକଟରେ ବରିଷ୍ଠ ପୋଲିସ ଅଧିକାରୀଙ୍କ ସମ୍ମିଳନୀରେ ଭିଡିଓ କନଫରେନ୍ସୁଂରେ ସାମିଲ ହୋଇଥିଲେ ସୁନୀଲ ବଂଶଲ । ନୂଆ ଡିଜିପି ଭାବରେ ଦାୟିତ୍ୱ ଗ୍ରହଣ ପରେ ତାଙ୍କ ଆଗରେ ମାଓ ମୁକାବିଲା, ଆଇନଶଙ୍ଖଳା, ସାଇବର୍ କ୍ରାଇମ୍, ସଂଗଠିତ ଅପରାଧ ଆଦି ରୋକିବା ଚ୍ୟାଲେଞ୍ଜିଂ ରହିବ ।

Leave A Reply

Your email address will not be published.