Latest Odisha News

ଆଜିଠୁ ରାଜ୍ୟରେ ପାଗ ପରିବର୍ତ୍ତନ: ସକାଳୁ ଘନ କୁହୁଡ଼ି, କିଛି ସ୍ଥାନରେ ହୋଇପାରେ ବର୍ଷା

ଭୁବନେଶ୍ୱର: ଆଜିଠୁ ରାଜ୍ୟରେ ପାଗ ପରିବର୍ତ୍ତନ ହୋଇଛି । ଶୀତରୁ ଲୋକଙ୍କୁ କିଛିଟା ଆଶ୍ୱସ୍ତି ମିଳିଛି । ଏକ ସପ୍ତାହ ଧରି ଓଡ଼ିଶାରେ ପ୍ରବଳ ଶୀତ ଅନୁଭୂତ ହୋଇଥିଲା । ଜାଡ଼ରେ ଜନଜୀବନ ଅସ୍ତବ୍ୟବସ୍ତ ହୋଇପଡ଼ୁଥିଲା । ଫଳରେ ଘରୁ ବାହାରିବା ମୁସ୍କିଲ ହୋଇପଡ଼ୁଥିଲା । ସୋମବାରଠାରୁ କିଛି ସ୍ଥାନରେ ବର୍ଷା ହୋଇପାରେ । ପଶ୍ଚିମ ଓଡ଼ିଶାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ ବୋଲି ପୂର୍ବାନୁମାନ କରାଯାଇଛି ।

ବଙ୍ଗୋପସାଗରରୁ ଓଡ଼ିଶା ମଧ୍ୟକୁ ପ୍ରବେଶ କରୁଥିବା ଉଷ୍ମ ଜଳୀୟବାଷ୍ପପୂର୍ଣ୍ଣ ବାୟୁ ପ୍ରଭାବରେ ରାତ୍ରି ତାପମାତ୍ରା ବୃଦ୍ଧି ଘଟିଛି । ଗତ ୨୪ଘଣ୍ଟା ମଧ୍ୟରେ ରାଜ୍ୟର କିଛି ଅଞ୍ଚଳରେ ୨ରୁ ୪ ଡ଼ିଗ୍ରୀ ଯାଏଁ ବୃଦ୍ଧି ଘଟିଛି । ଉପକୂଳବର୍ତ୍ତୀ ଅଞ୍ଚଳରେ ରାତ୍ରି ତାପମାତ୍ରା ୧ରୁ ୨ଡ଼ିଗ୍ରୀ ଅଧିକ ରହିଛି ।

ଆଜି ସକାଳେ ୧୧ଜିଲ୍ଲାରେ ଘନ କୁହୁଡ଼ି ହେବ ବୋଲି ଆକଳନ କରିଛି ପାଣିପାଗ କେନ୍ଦ୍ର । ମୟୁରଭଞ୍ଜ, କେନ୍ଦୁଝର, ସମ୍ବଲପୁର, କନ୍ଧମାଳ, ଦେବଗଡ଼, ଅନୁଗୁଳ ଗଞ୍ଜାମ କଳାହାଣ୍ଡି ମାଲକାନଗିରି, କୋରାପୁଟରେ ଘନ କୁହୁଡ଼ି ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଆସନ୍ତା ୪ରୁ ୫ ଦିନ ଯାଏଁ ଶୀତ କମିବ ।

Leave A Reply

Your email address will not be published.