Latest Odisha News

BREAKING NEWS

ନେପୋଟିଜିମକୁ ନେଇ ଉଠିଲା ପ୍ରଶ୍ନ; ସଲମାନ୍ କହିଲେ ଶାହରୁଖ ଖାନଙ୍କ କଥା…

ମୁମ୍ବାଇ: ନେପୋଟିଜିମକୁ ନେଇ ଅନେକ ସମୟରେ ବିଭିନ୍ନ କଥା ଉଠିଥାଏ । ଯେଉଁଥିରୁ ବାଦ୍ ପଡିନି ବିଗବସ୍ ସିଜନ୍ ୧୪ । ଏହି ସିଜନରେ ରାହୁଲ ବୈଦ ନେପୋଟିଜିମକୁ ନେଇ ଜାନ୍ କୁମାର ସାନୁଙ୍କ ଉପରେ କମେଣ୍ଟ କରିଥିଲେ ।

BjdElectrycity

ଯାହା ପରେ ଶନିବାର ଦିନ ପ୍ରସାରିତ ହୋଇଥିବା ଏପିସୋଡରେ ସଲମାନ୍ ଖାନ୍ ଅନେକ ସେଲିବ୍ରିଟିଙ୍କ ନାମ ନେଇ ରାହୁଲଙ୍କୁ ପ୍ରଶ୍ନ କରିଥିବା ନଜର ଆସିଥିଲା ।

ସଲମାନ ତାଙ୍କୁ କହିଥିଲେ ଯେ ଯଦି ଆପଣଙ୍କ ପିତା ମାତା ଆପଣଙ୍କ ପାଇଁ କିଛି କରୁଛନ୍ତି, ତାହେଲେ ତାକୁ କ’ଣ ନେପୋଟିଜିମ କୁହାଯିବ ।

ତା’ ପରେ ସଲମାନ୍ ଅଭିନେତା ସଞ୍ଜୟ ଦତ୍ତ, ସନି ଦେଓଲ ଓ ଋଷି କପୁରଙ୍କ ନାମ ନେଇ କହିଥିଲେ ଯେ ଏମାନଙ୍କୁ ତାଙ୍କ ବାପା ମାନେ ଲଞ୍ଚ କରିଥିବେ କିନ୍ତୁ ତା’ପରେ ସେମାନେ ନିଜ ଦମରେ ପରିଚୟ ବନାଇଛନ୍ତି । ଏଥିରେ କ’ଣ ଭୁଲ୍ ଅଛି?

ଶାହରୁଖ ଖାନ୍ ଦିଲ୍ଲୀରୁ ଆସି ପରିଚୟ ବନାଇଥିବା କହିଥିଲେ । କିନ୍ତୁ ଅକ୍ଷୟ କୁମାରଙ୍କ ବଲିଉଡ୍ ଇଣ୍ଡଷ୍ଟ୍ରି ସହ କୌଣସି ସମ୍ପର୍କ ନଥିଲା ବୋଲି କହିଛନ୍ତି ସଲମାନ୍ । ସେମାନେ ନିଜ ଦକ୍ଷତା ବଳରେ ୨୦-୩୦ ବର୍ଷ ହେବ ଇଣ୍ଟଷ୍ଟ୍ରିରେ ରାଜ୍ କରିଆସୁଛନ୍ତି ।

Leave A Reply

Your email address will not be published.